ସ୍ବାମୀ ନା ସୈତାନ୍ ? ସ୍ତ୍ରୀକୁ ଦେହ ବ୍ୟବସାୟ ପାଇଁ ବାଧ୍ୟ କରୁଥିଲା, ନ ମାନିବାରୁ ଅକଥନୀୟ ଅତ୍ୟାଚାର

ଭୁବନେଶ୍ବର: ସ୍ୱାମୀ ସାଜିଲା ସୈତାନ । ସ୍ତ୍ରୀକୁ ଦେହ ବ୍ୟବସାୟ କରିବାକୁ ବାଧ୍ୟ କରିବା ସହ ଘରେ ବନ୍ଦ କରି ମାଡ଼ ମାରିବା ଭଳି ଅଭିଯୋଗ ଆସିଛି ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥାନା ଅଂଚଳରୁ । ଅଧିକ ଆୟ କରିବା ଲୋଭରେ ସ୍ତ୍ରୀକୁ ଦେହ ବ୍ୟବସାୟ କରିବା ପାଇଁ ସ୍ୱାମୀ ବାଧ୍ୟ କରୁଥିବା ଅଭିଯୋଗ ହୋଇଛି । ଏପରିକି ଦେହ ବ୍ୟବସାୟ ପାଇଁ ସ୍ତ୍ରୀ ରାଜି ନହେବାରୁ ସ୍ୱାମୀର ଅତ୍ୟାଚାରର ସବୁ ସୀମା ଟପିଯାଇଛି । ମହିଳାଙ୍କୁ ଘରେ କବାଟ ବନ୍ଦ କରି ମାଡ଼ ମାରିଛି ନୃଶଂସ ସ୍ୱାମୀ । ମହିଳାଙ୍କ ଏତଲା ପରେ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଛି ପୁଲିସ୍‌ ।

ସମ୍ବନ୍ଧିତ ଖବର