ଘରର ମାଲିକାଣୀଙ୍କ ସହ ଶାରୀରିକ ସଂପର୍କ ମହଙ୍ଗା ପଡ଼ିଲା, ପୁଲିସ ଓ ଡାକ୍ତର ଆସି ଉଦ୍ଧାର କଲେ ପ୍ରେମୀଯୁଗଳଙ୍କୁ ,ଜାଣନ୍ତୁ କ’ଣ ଥିଲା ସମସ୍ୟା

ନୂଆଦିଲ୍ଲୀ : ନିଜ ସ୍ତ୍ରୀକୁ ଧୋକା ଦେଇ ଘରର ମାଲିକାଣୀ ସହ ଶାରୀରିକ ସମ୍ବନ୍ଧ ରଖିବା ଜଣେ ବ୍ୟବସାୟୀଙ୍କୁ ମହଙ୍ଗା ପଡ଼ିଛି । ତାଙ୍କ ଗୁପ୍ତ ପ୍ରେମକାହାଣୀ ହାଟରେ ପଡ଼ି ଦାଣ୍ଡରେ ଗଡ଼ିଛି। ଘର ମାଲିକାଣୀ ସହ ଶାରୀରିକ ସଂପର୍କରେ ଥିବା ବେଳେ ଏମିତି ଧରାପଡ଼ିଲେ କି ତାଙ୍କୁ ମୁକୁଳିବା ଲାଗି ପୁଲିସ ଓ ଡାକ୍ତରଙ୍କ ସହାୟତା ଦରକାର ପଡ଼ିଲା। ଘରର ମାଲିକାଣି ସହ ଶାରୀରିକ ସମ୍ବନ୍ଧ ବନାଉଥିବା ବେଳେ ବ୍ୟବସାୟୀ ଜଣଙ୍କ ଏମିତି ଫସିଥିଲେ କି ହୋଟେଲ ରୁମ୍‌ରୁ ବାହାରକୁ ଆସି ପାରି ନ ଥିଲେ । ଦୁଇ ଜଣଙ୍କୁ ରୁମ୍‌ରୁ ବାହାରକୁ ଆଣିବା ପାଇଁ ପ୍ରଥମେ ପୁଲିସ ଏବଂ ପରେ ଡ଼ାକ୍ତରଙ୍କୁ ଡ଼ାକିବାକକୁ ପଡ଼ିଥିଲା । ଡ଼ାକ୍ତର ରୁମ୍‌ ଭିତରେ ପହଞ୍ଚି ଚିକିତ୍ସା କରିବା ପରେ ଦୁଇ ଜଣଙ୍କୁ ଗିରଫ କରି ନେଇଥିଲା ପୁଲିସ ।

hindi.oneindia.com

ସୂଚନା ମୁତାବକ, ଏହି ଘଟଣାଟି ଘଟିଥିଲା କେନିଆର ଲୋବର ସହରରେ । ବ୍ୟବସାୟୀ ଜଣଙ୍କ ନିଜ କାମ ପାଇଁ ସହର ବାହାରକୁ ଯାଉଥିବା ବେଳେ ତାଙ୍କ ସହ ଯାଉଥିଲେ ଘରର ମାଲିକାଣୀ । ଏ ବିଷୟରେ ଜାଣି ଉଭୟ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଅନେକ ଥର ଝଗଡ଼ା ମଧ୍ୟ ହୋଇଥିଲା । କିନ୍ତୁ ସ୍ତ୍ରୀଙ୍କ କଥା ଶୁଣି ନ ଥିଲେ ବ୍ୟବସାୟୀ ସ୍ୱାମୀ । ଶୁକ୍ରବାର ମହିଳାଙ୍କ ସ୍ୱାମୀ କାମର ବାହାନା କରି ଅନ୍ୟ ଏକ ସହରକୁ ଯାଇଥିଲେ ଏବଂ ସାଥିରେ ଘରର ମାଲିକାଣୀଙ୍କୁ ମଧ୍ୟ ନେଇଥିଲେ । ସେଠାରେ ଏକ ହୋଟେଲରେ ରୁମ୍‌ ବୁକ୍‌ କରିବା ପରେ ଦୁଇ ଜଣ ଶାରୀରିକ ସମ୍ବନ୍ଧ ସ୍ଥାପନ କରିଥିଲେ । କିନ୍ତୁ ଏହି ସମୟରେ ଘଟିଲା ଅଘଟଣ । ଯାହା ବିଷୟରେ ବୋଧହୁଏ ସେମାନେ କେବେ ଭାବି ନଥିବେ । ଶାରୀରିକ ସମ୍ବନ୍ଧ ସମୟରେ ଦୁଇ ଜଣଙ୍କ ଗୁପ୍ତାଙ୍ଗ ପରସ୍ପର ମଧ୍ୟରେ ଫସି ଯାଇଥିଲା । ଚେଷ୍ଟା କରି ମଧ୍ୟ ସେମାନେ ଅଲଗା ହୋଇପାରି ନ ଥିଲେ। ସେମାନେ ହୋଟେଲର କର୍ମଚାରୀଙ୍କ ସାହାଯ୍ୟ ପାଇଁ ଚିତ୍କାର କରିଥିଲେ । ରୁମ୍‌ ଭିତରୁ ପାଟି ଶୁଣି ଭିତରକୁ ଯିବା ପରେ ଭିତରର ଦୃଶ୍ୟ ସେମାନଙ୍କୁ ଆଶ୍ଚର୍ଯ୍ୟ କରିଥିଲାା ଅନ୍ୟ କିଛି ବାଟ ନ ପାଇ ହୋଟେଲର କର୍ମଚାରୀ ପୁଲିସକୁ ସୂଚନା ଦେବା ପରେ ଘଟଣାସ୍ଥଳରେ ପହଞ୍ଚିଥିଲା ପୁଲିସ । ଦୁଇ ଜଣଙ୍କ ଅବସ୍ଥା ଦେଖି ପୁଲିସ ଡ଼ାକ୍ତରଙ୍କୁ ଡ଼କାଇବା ପରେ ସେମାନଙ୍କ ଅସୁବିଧାର ସମାଧାନ ହୋଇ ପାରିଥିଲା । ବ୍ୟବସାୟୀ ତାଙ୍କ ସ୍ତ୍ରୀ କିଛି ଗୁଣି ଗାରେଡ଼ି କରି ଏପରି କରିଥିବାର ଅଭିଯୋଗ କରିବା ପରେ ଏନେଇ ତଦନ୍ତ ଆରମ୍ଭ କରିଛି ପୁଲିସ ।

ସମ୍ବନ୍ଧିତ ଖବର