ସ୍ୱାମୀଙ୍କ ହାଏ ଭୋଲଟେଜ ଡ୍ରାମା: ‘ସ୍ତ୍ରୀ ବହୁତ ମାଡ଼ ମାରୁଛି ଆଉ ସହି ପାରିବି ନାହିଁ, ଛାତରୁ ଡେଇଁ କରିବି ଆତ୍ମହତ୍ୟା’

ଲକ୍ଷ୍ମୌ: ଉତ୍ତରପ୍ରଦେଶର କାନପୁର ଦେହାତ ଅଞ୍ଚଳର ଆକବରପୁର ସହରରେ ଜଣେ ଯୁବକଙ୍କ ହାଏ ଭୋଲଟେଜ ଡ୍ରାମା ଦେଖିବାକୁ ମିଳିଛି। ଏଠାରେ ଜଣେ ଯୁବକ ଏକ ଚାରି ମହଲା ଘରର ଛାତ ଉପରକୁ ଚଢ଼ି ଚିତ୍କାର କରି କହୁଥିଲେ ସାର୍‌! ପତ୍ନୀ ବହୁତ ମାଡ଼ ମାରୁଛି, ମୁଁ ଆଉ ସହି ପାରିବି ନାହିଁ .. ମୁଁ ଏଠାରୁ ଡେଇଁପଡି ମୋ ଜୀବନ ହାରି ଦେବି।

ପ୍ରକାଶିତ ଖବର ମୁତାବକ, ଏହି ହାଏଭୋଲଟେଜ ଡ୍ରାମା କାନପୁର ଦେହାତର ଆକବରପୁର କୋତୱାଲିର ନାରିହା ଗ୍ରାମରେ ଘଟିଛି। ଗାଁର ବାସିନ୍ଦା ସନ୍ଦୀପ ପାଲ ସିଂ ଗତ ଶନିବାର ସନ୍ଧ୍ୟା ପ୍ରାୟ ୫ ଟା ସମୟରେ ଭରତ ସିଂଙ୍କ ଚାରି ମହଲା ଘରର ଛାତ ଉପରକୁ ଚଢ଼ି ଯାଇଥିଲେ। ଛାତ ଉପରକୁ ଚଢ଼ିବା ପରେ ସେ ଜୋରରେ ଚିତ୍କାର କରିବାକୁ ଲାଗିଥିଲେ। ଯୁବକଙ୍କ ଚିତ୍କାର ଶୁଣି ସମସ୍ତେ ଘଟଣାସ୍ଥଳକୁ ଦୌଡ଼ି ଆସି ତାଙ୍କୁ ଛାତରୁ ଓହ୍ଲାଇବାକୁ କହିଥିଲେ। କିନ୍ତୁ ସେ ସମସ୍ତଙ୍କୁ ଦୁର୍ବ୍ୟବହାର କରିବା ଆରମ୍ଭ କରି ଦେଇଥିଲେ।

पुलिस पर फेंकने लगा पत्थर

ପରିସ୍ଥିତି ସମ୍ପର୍କରେ ସୂଚନା ପାଇବା ପରେ ଅନୁରାଗ ପାଣ୍ଡେ ପୁଲିସ ଫୋର୍ସ ସହିତ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୁଲିସ କର୍ମଚାରୀମାନେ ତାଙ୍କୁ ବୁଝାଇ ତଳକୁ ଓହ୍ଲାଇ ଯିବାକୁ କହିଥିଲେ। କିନ୍ତୁ ସେ କୌଣସି କଥା ଶୁଣିବାକୁ ପ୍ରସ୍ତୁତ ନଥିଲେ। ଏହି ସମୟରେ ସେ ଛାତରୁ ପୁଲିସ ଉପରକୁ ପଥର, ମତବୋତଲ ଓ ବିଡ଼ି ଫିଙ୍ଗିଥିଲେ। ବହୁ ବୁଝାସୁଝା ପରେ ପ୍ରାୟ ସନ୍ଧ୍ୟା ସାତଟାରେ ସେ ତଳକୁ ଓହ୍ଲାଇ ଥିଲେ।

ଯୁବକଙ୍କୁ ଅଟକ ରଖାଯିବା ସହ ତାଙ୍କର ଡାକ୍ତରୀ ପରୀକ୍ଷା ଚାଲିଛି। ପଚରାଉଚରା ବେଳେ ସେ ପତ୍ନୀ ଏବଂ ତାଙ୍କ ଶାଶୁ ତାଙ୍କୁ ବହୁତ ମାଡ଼ ମାରୁଥିବା ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର