ସ୍ତ୍ରୀର ପ୍ରେମିକକୁ ଗୁଳି ମାରିଲା ସ୍ୱାମୀ

ଲକ୍ଷ୍ନୌ:ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ଜଣେ ମହିଳା ତାଙ୍କ ସ୍ୱାମୀ ତଲାକ୍‌ ତଲାକ୍‌ ତଲାକ୍‌ କହିବା ଫଳରେ ସ୍ୱାମୀ ମହିଳାଙ୍କ ପ୍ରେମିକକୁ ଗୁଳି ମାରିଥିବା ଜଣାଯାଇଛି। ପୀଡିତକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏଣେ ସ୍ୱାମୀ ଗୁଳି ମାରିବାପରେ ଫେରାର୍‌ ହୋଇଯାଇଛି। ପୁଲିସର ସୂଚନା ଅନୁଯାୟୀ ଠାକୁରଗଂଜର କାଳୀଚରଣ କଲେଜ ପାଖରେ ଅଭିଯୁକ୍ତ ପୀଡିତ ଆକାଶ ଶୁକ୍ଲାକୁ ନିଜ ସ୍ତ୍ରୀ ନିଦା ବାନୋ ଓରଫ ଦିଶା ଶୁକ୍ଲା ସହିତ ଦେଖା କରିବାକୁ ଡାକିଥିଲା। ସେଠାରେ ଆକାଶ ଓ ନିଦା ପହଞ୍ଚିବା ମାତ୍ରେ ଅଭିଯୁକ୍ତ ଦୁହିଁଙ୍କ ଉପରକୁ ଗୁଳି ଚାଳନା କରିଥିଲା। ଗୋଟିଏ ଗୁଳି ଆକାଶ ପେଟରେ ବାଜିଥିଲା ଓ ଅନ୍ୟ ଗୁଳି ନିଦାର କାନ୍ଧ ଉପର ଦେଇ ଚାଲିଯାଇଥିଲା।

ପୁଲିସର ସୂଚନା ଅନୁଯାୟୀ ଆକାଶ ଜଣେ ଲୁଟେରା। ସେ ଲୁଟ୍‌ ଜିନିଷ ନିଦାକୁ ଦେଇ ତା’ସହ ପ୍ରଥମେ ସଂପର୍କ ଯୋଡିଥିଲା । କିଛି ଦିନ ପରେ ଦୁହେଁ ସାଙ୍ଗ ହୋଇ ରହିଥିଲେ। ଏହାକୁ ନେଇ ଅଭିଯୁକ୍ତ ଭିଷଣ ଅସନ୍ତୁଷ୍ଟ ଥିଲା। ଏଥିପାଇଁ ଅଭିଯୁକ୍ତ ଏଭଳି କାଣ୍ଡ ଭିଆଇଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର