ଜମ୍ମୁ : ନାବାଳିକା ଦୁଷ୍କର୍ମ ଏବଂ ହତ୍ୟା ଅଭିଯୋଗରେ ଗିରଫ ହେଲେ ସ୍ୱତନ୍ତ୍ର ପୁଲିସ ଅଧିକାରୀ

ଜମ୍ମୁ : ଗତ ଜାନୁଆରିରେ ଜମ୍ମୁର କଠୁଆ ଜିଲ୍ଲାରେ ହୋଇଥିବା ଦୁଷ୍କର୍ମ ଏବଂ ହତ୍ୟାରେ ସଂପୃକ୍ତି ଥିବା ନେଇ ଜଣେ ସ୍ୱତନ୍ତ୍ର ପୁଲିସ ଅଧୀକାରୀଙ୍କୁ ଗିରଫ କରିଛି ସ୍ୱତନ୍ତ୍ର ତଦନ୍ତକାରୀ ଦଳ । ଏହି ସ୍ୱତନ୍ତ୍ର ପୁଲିସ ଅଧିକାରୀ ଜଣେ ୮ବର୍ଷିୟ ନାବାଳିକା ସହ ଦୁଷ୍କର୍ମ କରିବା ପରେ ଗଳା କାଟି ହତ୍ୟା ହୋଇଥିବା  ଘଟଣାରେ ସଂପୃକ୍ତ ଥିବା ଖବର ଆସିବା ପରେ ସାଧାରଣ ଲୋକମାନେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ସୁରକ୍ଷା କର୍ମୀ ଏଭଳି କଲେ ସାଧାରଣ ଜନତା କିପରି ସୁରକ୍ଷିତ ରହିବେ ବୋଲି ସ୍ଥାନୀୟ ଲୋକଙ୍କ ମନରେ ପ୍ରଶ୍ନ ଉଠିଛି । ସୂଚନା ମୁତାବକ, ନାବାଳିକା ଜଣଙ୍କ ଘୋଡ଼ା ଚରାଇବାକୁ ଯାଇଥିବା ବେଳେ ସେଠାରୁ ତାଙ୍କୁ ଅପହରଣ କରି ନିଆ ଯାଇଥିଲା । ଅପହରଣ କରିବାର ସପ୍ତାହ ପରେ ରସନା ଜଙ୍ଗଲରୁ ଜାନୁଆରି ୧୭ରେ ତାଙ୍କ ମୃତଦେହ ମିଳିଥିଲା ।

ପୀଡ଼ିତାଙ୍କ ପରିବାର ଲୋକେ ହୀରା ନଗର ଥାନାରେ ଏତଲା ଦେବା ପରେ ଏହି ଘଟଣାର ତଦନ୍ତ ପାଇଁ ଦୀପକ ଖଜୁରିଆଙ୍କୁ ଦାୟିତ୍ୱ ଦିଆ ଯାଇଥିଲା ।କିନ୍ତୁ ସେ ହିଁ ଏପରି କରିଛନ୍ତି ତାହା ପରିବାର ଲୋକଙ୍କୁ ଜଣା ନଥିଲା । ପୁଲିସ କହିବା ଅନୁଯାୟୀ, ସ୍ୱତନ୍ତ୍ର  ପୁଲିସ ଅଧିକାରୀ ଦୀପକ ଖଜୁରିଆ ଅପହରଣ କରିଥିବା ନାବାଳକଙ୍କ ସହ ମିଶି ପୀଡ଼ିତାଙ୍କ ସହ ଦୁଷ୍କର୍ମ ପରେ ତାଙ୍କୁ ହତ୍ୟା କରିବାରେ ସାହାଯ୍ୟ କରିଥିଲେ । ଆମମାନଙ୍କ ପାଖରେ ଦୀପକଙ୍କ ବିରୁଦ୍ଧରେ ପ୍ରମାଣ ମଧ୍ୟ ରହିଛି । ଅଭିଯୁକ୍ତ ଦୀପକଙ୍କୁ ସବୁ ପ୍ରମାଣ ଦେଖାଇବା ପରେ ସେ ତାଙ୍କ ଦୋଷ ମାନିନେଇଛନ୍ତି ।

Live Law

ନୋମାଦ୍‌ ସମ୍ପ୍ରଦାୟଙ୍କ ମଧ୍ୟରେ ଭୟ ସୃଷ୍ଟି କରିବା ପାଇଁ ସେ ଏପରି କରିଥିବା ଜଣା ପଡ଼ିଛି । ପୂର୍ବରୁ ନାବାଳକଙ୍କୁ ଗିରଫ କରାଯାଇଥିବା ବେଳେ ଏବେ ଏ ନେଇ ଏସ୍‌ପିଓ ଦୀପକ ଖଜୁରିଆଙ୍କୁ ଗିରଫ କରାଯାଇଛି । ଜାନୁଆରି ୨୦ରେ ଷ୍ଟେସନ ହାଉସ ଅଫିସରଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ଜାନୁଆରି ୨୩ରେ ଏହି ଘଟଣାର ଯାଞ୍ଚ ପାଇଁ କ୍ରାଇମ୍‌ବ୍ରାଞ୍ଚକୁ ଦାୟିତ୍ୱ ଦିଆ ଯାଇଥିଲା ।

ସମ୍ବନ୍ଧିତ ଖବର