ଋଣ ନମିଳିବାରୁ ବ୍ୟାଙ୍କ ଜାଳି ଦେଲେ ଯୁବକ, ରୁଜୁ ହେଲା ଏକାଧିକ ମାମଲା

ବେଙ୍ଗାଲୁରୁ : ସମୟସମୟରେ ଛୋଟଛୋଟ କଥାରେ ରାଗି ଯିବା ମହଙ୍ଗା ପଡ଼ିଥାଏ। କର୍ଣ୍ଣାଟକର ଜଣେ ବ୍ୟକ୍ତି ବ୍ୟାଙ୍କ ଉପରେ ରାଗି ଯାଇ ଏଭଳି ପଦକ୍ଷେପ ନେଇଥିଲେ କି ଯାହାଫଳରେ ତାଙ୍କୁ ଆଜି ଜେଲଦଣ୍ଡ ଭୋଗିବାକୁ ପଡ଼ିଛି। ପୁଲିସ ତାଙ୍କ ବିରୋଧରେ ଅନେକ ମାମଲା ରୁଜୁ କରିଛି।

କର୍ଣ୍ଣାଟକର ହାଭେରୀ ଜିଲ୍ଲାର ଜଣେ ବ୍ୟକ୍ତି ରବିବାର ଦିନ ବ୍ୟାଙ୍କରେ ନିଆଁ ଲଗାଇ ଦେଇଥିବା ଘଟଣା ସାମ୍ନାକୁ ଆସିଥିଲା। କୁହାଯାଉଛି ଯେ ଉକ୍ତ ବ୍ୟକ୍ତି ଋଣ ପାଇଁ ବ୍ୟାଙ୍କରେ ଆବେଦନ କରିଥିଲେ। କିନ୍ତୁ ଉକ୍ତ ବ୍ୟକ୍ତିଙ୍କ ଋଣ ଆବେଦନକୁ ବ୍ୟାଙ୍କ ଖାରଜ କରି ଦେଇଥିଲା।

ବ୍ୟାଙ୍କ ଉକ୍ତ ବ୍ୟକ୍ତିଙ୍କୁ ବୁଝାଇ କହିଥିଲା କି, ଋଣ ନେବା ପାଇଁ ବ୍ୟାଙ୍କର ଅନେକ ନିୟମ ଓ କଟକଣା ରହିଛି। ଏଥିସହିତ ଋଣ ପାଇଁ ଅନେକ କାଗଜପତ୍ର କାମ ବି ହୋଇଥାଏ। କିନ୍ତୁ କାଗଜପତ୍ର ଭେରିଫିକେସନରୁ ଜଣାପଡ଼ୁଛି କି ଆପଣଙ୍କୁ ଋଣ ଦିଆଯାଇ ପାରିବ ନାହିଁ।

ବ୍ୟାଙ୍କ କର୍ମଚାରୀ ଋଣ ଦେବାକୁ ମନା କରିଦେବା ଶୁଣି ଋଣ ପାଇଁ ଆବେଦନ କରିଥିବା ବ୍ୟକ୍ତି ରାଗି ଯାଇଥିଲେ। କ’ଣ କରିବେ କିଛି ବୁଝି ନପାରି ବ୍ୟାଙ୍କରେ ନିଆଁ ଲଗାଇ ଦେଇଥିଲେ। ଯାହାଫଳରେ ବ୍ୟାଙ୍କକୁ ଅନେକ କ୍ଷତି ସହିବାକୁ ପଡ଼ିଛି। ଏହି ଘଟଣାର ଖବର ପୁଲିସ ପାଖରେ ପହଞ୍ଚିଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତଙ୍କୁ ଗିରଫ କରି ତାଙ୍କ ବିରୋଧରେ ଆଇପିସି ୪୩୬, ୪୭୭ ଓ ୪୩୫ ଆଧରରେ ମାମଲା ରୁଜୁ କରିଛି।

ସମ୍ବନ୍ଧିତ ଖବର