ମା’ ହୋଇ ଏମିତି କେମିତି କରିପାରିଲା! ୩ବର୍ଷର ପୁଅ ଚୁପ୍‌ ନ ହେବାରୁ ଜିଭକୁ କାଟି ନଦୀରେ ଫିଙ୍ଗି ଦେଲା ମା’

ମୁମ୍ବାଇ: ମା’ ଓ ସନ୍ତାନର ସମ୍ପର୍କ ଅତି ନିବିଡ଼। ତେବେ ଶୀର୍ଷକ ପଢ଼ି ଆପଣଙ୍କ ମନରେ ନିଶ୍ଚୟ ପ୍ରଶ୍ନ ଉଠୁଥିବା କି ଗୋଟେ ମା’ କିପରି ଏମିତି କରି ପାରିଲା ? ଆଜ୍ଞା ହଁ ! ଏମିତି ଏକ ଘଟଣା କର୍ଣ୍ଣାଟକର ଚିକମଂଗଲୁରୁ ଜିଲ୍ଲାରୁ ସାମ୍ନାକୁ ଆସିଛି। ଏହି ଘଟଣାକୁ ଯିଏ ଶୁଣୁଛି ତାହାର ଲାମମୂଳ ଟାଙ୍କୁରି ଉଠୁଛି।

ଏହି ଘଟଣା ଗତ ବୁଧବାର ସାମ୍ନାକୁ ଆସିଥିଲା। ଚିକମଂଙ୍ଗଲୁରୁ ବେତ୍ତାଦଓ୍ଵାରକେରେ ଗ୍ରାମରେ ଲୋକମାନେ ଭଦ୍ରା ନଦୀରେ ଏକ ଶିଶୁକୁ ଭାସୁଥିବା ଦେଖିବାକୁ ପାଇଥିଲେ। ଏହାପରେ ଗ୍ରାମର ଲୋକମାନେ ପୁଲିସକୁ ଫୋନ୍‌ କରି ଏହି ଘଟଣା ବିଷୟରେ ସୂଚନା ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତିନିବର୍ଷ ଶିଶୁର ମୃତଦେହକୁ ଉଦ୍ଧାର କରିଥିଲା।

ସୂଚନାଯୋଗ୍ୟ, ମଙ୍ଗଳବାର ରାତିରେ ତିନିବର୍ଷର ପୁଅ କୌଣସି କାରଣରୁ ଜୋରଜୋରରେ କାନ୍ଦିବାକୁ ଲାଗିଥିଲା। ସେ ଏମିତି କାନ୍ଦୁଥିଲା ଯେମିତି ତାର ସ୍ୱାସ୍ଥ୍ୟ ଖରାପ ହୋଇଯାଇଛି। କିନ୍ତୁ ମା’ ଶିଶୁଟିର କାନ୍ଦକୁ ଚୁପ୍‌ କରି ନ ପାରି ବିରକ୍ତ ହୋଇ ପୁଅର  ଜିଭକୁ କାଟିବା ସହିତ ତାକୁ ଭଦ୍ରା ନଦୀକୁ ଫିଙ୍ଗି ଦେଇଥିଲା। ତା’ପର ଦିନ କମଳା ପୁଲିସକୁ ଫୋନ୍‌ କରି ପୁଅ ନିଖୋଜ ହୋଇଯାଇଥିବା ସୂଚନା ଦେଇଥିଲା।

ଭଦ୍ରା ନଦୀରୁ ତିନିବର୍ଷର ପୁଅର ମୃତଦେହ  ମିଳିବା ପରେ ପୁଲିସକୁ ସନ୍ଦେହ ହୋଇଥିଲା। ଏହାପରେ ତଦନ୍ତ ଆରମ୍ଭ କରି ପୁଅକୁ ହତ୍ୟା କରିବା ଅଭିଯୋଗରେ ମା’ କମଳାକୁ ଗିରଫ କରିଥିଲ। ମା’ ବି ନିଜ ଦୋଷ ସ୍ୱୀକାର କରିଥିଲା। କମଳା ବିରୋଧରେ ଧାରା ୩୦୨ (ହତ୍ୟା) ଆଧାରରେ ମାମଲା ରୁଜୁ କରାଯାଇଛି।

ସମ୍ବନ୍ଧିତ ଖବର