ନିଜକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆଧ୍ୟାତ୍ମିକ ଗୁରୁ କହୁଥିବା କଥକ ନୃତ୍ୟଶିଳ୍ପୀ ଦିଲ୍ଲୀରୁ ଗିରଫ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଧ୍ୟାତ୍ମିକ ଗୁରୁ କହୁଥିବା ଜଣେ ବ୍ୟକ୍ତିକୁ ଦିଲ୍ଲୀ ପୁଲିସର କ୍ରାଇମବ୍ରାଞ୍ଚ ଗିରଫ କରିଛି। ରିପୋର୍ଟ ଅନୁସାରେ ପୁଲକିତ ମିଶ୍ର ନାଁରେ ଜଣେ ବ୍ୟକ୍ତି ନିଜକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଗୁରୁ କହି ସରକାରୀ ଅଧିକାରୀଙ୍କ ଠାରୁ ସୁବିଧା ନେଉଥିବା ଅଭିଯୋଗ ହୋଇଥିଲା । ଦିଲ୍ଲୀ ପୁଲିସର କ୍ରାଇମବ୍ରାଞ୍ଚକୁ ଏ ବାବଦରେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରୁ ଅଭିଯୋଗ ଅାସିଥିଲା। ପୁଲିସ ପୁଲକିତ ଠାରୁ ଅନେକ ଗୁଡ଼ିଏ ନକଲି ପ୍ରମାଣ ପତ୍ର ଜବତ କରିଛି।

ଏସ୍‌ପି (କ୍ରାଇମବ୍ରାଞ୍ଚ) ରାଜୀବ ରଞ୍ଜନ କହିଛନ୍ତି, କ୍ରାଇମବ୍ରାଞ୍ଚ ପୁଲକିତ ମିଶ୍ର ଓରଫ ପୁଲକିତ ମହାରାଜକୁ ଗିରଫ କରିଛି। ସେ ଗାଜିଆବାଦର ସାହିବାବାଦରେ ଏକ କଥକ ନୃତ୍ୟ ଅନୁଷ୍ଠାନ ପରିଚାଳନା କରୁଥିଲା। ନିଜକୁ କେବେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଗୁରୁ କହୁଥିବା ବେଳେ କେବେ  ଭିନ୍ନ ଭିନ୍ନ ମନ୍ତ୍ରାଳୟର ବଡ଼ ଅଧିକାରୀ ବୋଲି ପରିଚୟ ଦେଉଥିଲା। ସେ ଯେଉଁଠାକୁ ବି ଯାଉଥିଲା ପ୍ରଶାସନକୁ ଏହି ପରିଚୟ ଦେଇ ସରକାରୀ ସୁବିଧା ନେଉଥିଲା।

ପୁଲକିତ ସଂପର୍କରେ ସୀତାପୁରରେ ଅଭିଯୋଗ ମିଳିଥିଲା। ସେ ସେଠାରେ ବି ନିଜକୁ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀ କହି ସରକାରୀ ସୁବିଧା ଦାବି କରିଥିଲା।

ସମ୍ବନ୍ଧିତ ଖବର