ଦୁଷ୍କର୍ମ ଉଦ୍ୟମ କରିଥିବା ବାବାର ଗୁପ୍ତାଙ୍ଗ କାଟିଥିଲେ ଯୁବତୀ, ଯୋଡିଲେ ଡାକ୍ତର

କୋଚ୍ଚି: ଗତ ମାସରେ କେରଳରେ ଜଣେ ବାବା ଯୁବତୀଙ୍କ ସହିତ ଜୋରଜବରଦସ୍ତି ଦୁଷ୍କର୍ମ କରିବା ପାଇଁ ଉଦ୍ୟମ କରିଥିଲେ। ତେବେ ବାବା କବଳରୁ ନିଜକୁ ରକ୍ଷା କରିବା ପାଇଁ ଯୁବତୀ ବାବାଙ୍କ ଗୁପ୍ତାଙ୍ଗ କାଟି ଦେଇଥିଲେ। ଗୁରୁତର ଅବସ୍ଥାରେ ବାବାଙ୍କୁ ଚିକିତ୍ସା ପାଇଁ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା।

ସର୍ଜରି ପରେ ୫୫ବର୍ଷିଅ ବାବା କହିଛନ୍ତି, ଯୁବତୀ ତାଙ୍କ ଗୁପ୍ତାଙ୍କ କାଟି ଦେବା ପରେ ସେ ବହୁତ କଷ୍ଟ ପାଇଥିଲେ। କଷ୍ଟ ସହ୍ୟ କରି ନପାରି ବାବା ସମ୍ପୂର୍ଣ୍ଣ ଭାବେ ନିଜ ଗୁପ୍ତାଙ୍ଗକୁ କାଟି ଦେବା ପାଇଁ ନିଷ୍ପତ୍ତି ନେଇଥିଲେ। ଏବେ ଚିକିତ୍ସା ପରେ ସେ ସୁସ୍ଥ ଅଛି, ତାଙ୍କୁ ପରିଶ୍ରା କରିବାରେ କୌଣସି ଅସୁବିଧା ହେଉ ନାହିଁ ବୋଲି କହିଛନ୍ତି ବାବା।

ନିଜକୁ ବାବା ବୋଲି କହୁଥିବା ହରି ସ୍ୱାମୀଙ୍କ ନାମରେ ଜଣେ ଯୁବତୀ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ। କେରଳ ପୁଲିସଙ୍କ କହିବାନୁସାରେ, ଏହି ବାବା ଜଣେ ମହିଳାଙ୍କୁ ଜୋରଜବରଦସ୍ତି ଦୁଷ୍କର୍ମ କରିବା ପାଇଁ ଉଦ୍ୟମ କରିଥିଲେ। ଏହା ପରେ ଯୁବତୀ ବାବାର ଗୁପ୍ତାଙ୍ଗ କାଟିବା ପରେ ପୁଲିସକୁ ଫୋନ୍‌ କରି ଘଟଣା ସମ୍ପର୍କରେ ଜଣାଇଥିଲେ। ତେବେ ବାବା ପୀଡିତା ଦ୍ୱାଦଶ ଶ୍ରେଣୀରେ ପଢ଼ୁଥିବା ସମୟରୁ ଶାରୀରିକ ଶୋଷଣ କରି ଆସୁଥିଲେ। ପୀଡିତାର ପିତା ଅନେକ ବର୍ଷ ହେଲା ରୋଗଗ୍ରସ୍ତ ଥିଲେ। ଏହି ସମୟରେ ପୀଡିତା ମା’ଙ୍କ ସମ୍ପର୍କ ଉକ୍ତ ବାବାଙ୍କ ସହିତ ହୋଇଥିଲା। ବାବା ଦାବି କରିଥିଲେ କି ସେ ତାଙ୍କ ଦୁଃଖକୁ ଦୂର କରିଦେବେ। ଏହି ମଉକାର ଫାଇଦା ଉଠାଇବାକୁ ଯାଇ ସେ ପୀଡିତାକୁ ଶାରୀରିକ ଭାବେ ଶୋଷଣ କରୁଥିଲେ।

 

ସମ୍ବନ୍ଧିତ ଖବର