ଲିଭଇନ୍‌ ରିଲେସନ୍‌ସିପକୁ ବିରୋଧ କରାଯିବାରୁ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କଲା ପ୍ରେମିକ !

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଲିଭ୍‌ଇନ୍‌ ରିଲେସନସିପ୍‌କୁ ବିରୋଧ କରାଯିବାରୁ ଜଣେ ଯୁବକ ଉତ୍‌କ୍ଷିପ୍ତ ହୋଇ ଜଣେ ବ୍ୟକ୍ତିଙ୍କର ସାତ ବର୍ଷୀୟ ଝିଅ ସହିତ ଦୁଷ୍କର୍ମ ପରେ ହତ୍ୟା କରିଥିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି ଘଟଣାର ଅଭିଯୁକ୍ତ ରୋହିତକୁ ପୁଲିସ ଗତକାଲି ଆଦର୍ଶ ନଗରରୁ ଗିରଫ କରିଛି।

ମୃତ ନାବାଳିକାର ପିତା ରୋହିତର ଲିଭଇନ ରିଲେସନ୍‌ସନ୍‌ସିପ୍‌କୁ ନେଇ ଆପତ୍ତି ଉଠାଉଥିଲେ। ଏହାକୁ ନେଇ ରୋହିତ ଅପମାନିତ ହେବା ପରେ ସେହି ଘର ଛାଡି ରୋହିତର ପ୍ରେମିକା ନିଜ ବାପା ମାଆଙ୍କ ପାଖକୁ ଚାଲିଗଲା।ଜଣେ ନାବାଳିକା ସହିତ ଲିଭ୍‌ଇନ୍‌ରେ ଥିଲା ରୋହିତ। ଏହାପରେ ଅଭିଯୁକ୍ତ ରୋହିତ ଉକ୍ତ ବ୍ୟକ୍ତିଙ୍କର ସାତବର୍ଷର ନାବାଳିକା ଝିଅକୁ ସ୍କୁଲ ଯାଉଥିବାବେଳେ ଅପହରଣ କରି ଦୁଷ୍କର୍ମ ପରେ ହତ୍ୟା କରିଥିଲେ। ନାବାଳିକାର ଶବ ତାଙ୍କ ଘରଠାରୁ ପ୍ରାୟ ଦୁଇ କିଲୋମିଟର ଦୂରରେ ମିଳିଥିଲା।

ଅଭିଯୁକ୍ତ ରୋହିତର ବୟସ ୨୦ ବର୍ଷ ଓ ସେହି ଅଞ୍ଚଳରେ ସେ ଦୁଇ ବର୍ଷ ହେବ ଜଣେ ନାବାଳିକା ସହିତ ଲିଭଇନ୍‌ ରିଲେସନସିନ୍‌ସିପ୍‌ରେ ରହୁଥିଲେ। ରୋହିତ ଆଗରୁ ବି ଏଭଳି ଅପରାଧ ଘଟାଇଥିବା ପୁଲିସ କହିଛି।

ସମ୍ବନ୍ଧିତ ଖବର