ଘରେ ପଶି ବନ୍ଧୁକ ଦେଖାଇ ବ୍ୟବସାୟୀଙ୍କ ଠାରୁ ୫୦ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ଯୋଡ଼ା: କେନ୍ଦୁଝର ଜିଲ୍ଲା ଯୋଡ଼ା ଅନ୍ତର୍ଗତ ଚମ୍ପାଡିହି ଗ୍ରାମରେ ଗତକାଲି(ମଙ୍ଗଳବାର) ବିଳମ୍ବିତ ରାତିରେ ଜଣେ ବ୍ୟବସାୟୀଙ୍କ ଠାରୁ ୫୦ହଜାର ଟଙ୍କା ଛଡ଼ାଇ ନେଇ ଦୁର୍ବୃତ୍ତ ଚମ୍ପଟ ମାରିଛନ୍ତି। ଏହି ଲୁଟର ଶିକାର ହୋଇଥିବା ବ୍ୟବସାୟୀଙ୍କ ନାମ ବାସୁଦେବ ମହାନ୍ତ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଗତକାଲି ରାତିରେ ବାସୁଦେବ ମହାନ୍ତ ଘରେ ଶୋଇଥିବା ଅବସ୍ଥାରେ ଏକ ବଲେରୋରେ ୪ରୁ ୫ଜଣ ଦୁର୍ବୃତ୍ତ ବନ୍ଧୁକ ଧରି ତାଙ୍କ ଘରେ ପଶି ଯାଇଥିଲେ। ଏବଂ ବାସୁଦେବଙ୍କୁ ଧମକଚମକ ଦେଇ ମାଡ଼ ମାରିବା ସହ ଟଙ୍କା ଦେବାକୁ କହିଥିଲେ। ଭୟରେ ବାସୁଦେବ ପାଖରେ ଥିବା ୫୦ହଜାର ଟଙ୍କା ଦୁର୍ବୃତ୍ତଙ୍କ ହାତକୁ ବଢ଼ାଇ ଦେଇଥିଲେ। ଏହି ଟଙ୍କା ପାଇବା ପରେ ଦୁର୍ବୃତ୍ତ ଘଟଣାସ୍ଥଳରୁ ଫେରାଇ ହୋଇଯାଇଥିଲେ। ଏହି ଡକାୟିିତି ଘଟଣା ସମ୍ପର୍କରେ ବାସୁଦେବ ମହାନ୍ତ ବାମେବାରି ଥାନାରେ ଅଭିଯୋଗ କରିଥିଲେ। ବାସୁଦେବଙ୍କ ଅଭିଯୋଗ ପାଇବା ପରେ ପୁଲିସ ଦୁର୍ବୃତ୍ତଙ୍କୁ ଧରିବା ପାଇଁ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର