ଚନ୍ଦ୍ରଶେଖରପୁର: ରାଜଧାନୀର ବିଭିନ୍ନ ସ୍ଥାନରୁ ବାଇକ୍ ଲୁଟ୍ କରି ଫେରାର୍ ହୋଇଯାଉଥିବା ଏକ ଗ୍ୟାଙ୍ଗର ଜଣେ ଲୁଟେରାକୁ ଚନ୍ଦ୍ରଶେଖରପୁର ଥାନା ପୁଲିସ୍ ଗିରଫ କରି ଆଜି କୋର୍ଟଚାଲାଣ କରିଛି। ଲୁଟେରାଜଣଙ୍କ ଖୋର୍ଧା ବାଣପୁର ଅଞ୍ଚଳର ସନ୍ତୋଷ କୁମାର ଜଗଦ୍ଦେବ (୨୭)। ତା’ଠାରୁ ପୁଲିସ ୩ଟି ଚୋରା ବାଇକ୍ ଓ ଗୋଟିଏ ମୋବାଇଲ୍ ଫୋନ୍ ଜବତ କରିଛି। ସେ ଚନ୍ଦ୍ରଶେଖରପୁର ସମେତ ରାଜଧାନୀର ଅନ୍ୟ କିଛି ଅଞ୍ଚଳରୁ ବାଇକ୍ ଲୁଟ୍ କରି ବିଭିନ୍ନ ଜିଲ୍ଲାରେ ବିକ୍ରି କରୁଥିବା ପୁଲିସକୁ ପଚରାଉଚରା ବେଳେ କହିଛି।
Sambad is now on WhatsApp
Join and get latest news updates delivered to you via WhatsApp
କିଛି ଦିନ ପୂର୍ବେ ଡମଣା ଅଞ୍ଚଳରୁ ଏକ ବାଇକ୍ ଚୋରି ହୋଇଥିବା ବେଳେ ସ୍ଥାନୀୟ ସିସିଟିଭି ଫୁଟେଜ୍ରୁ ସନ୍ତୋଷକୁ ଚିହ୍ନଟ କରାଯାଇଥିଲା। ସେ ଆଜି ନାଲକୋ ଅଞ୍ଚଳରେ ବୁଲାବୁଲି କରୁଥିବା ବେଳେ ପୁଲିସ ତାକୁ କାବୁ କରିନେଇଥିଲା।