ବୁଝାଇବାକୁ ଯାଇଥିବା ପ୍ରେମିକାଙ୍କୁ ଅନ୍ୟ ଯୁବକଙ୍କ ସହିତ ଦେଖି ଭୋଭୋ ହୋଇ କାନ୍ଦିଲେ ପ୍ରେମିକ

ନୂଆଦିଲ୍ଲୀ: ନିକଟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଯେଉଁଥିରେ ଜଣେ ଯୁବକଙ୍କୁ ତାଙ୍କ ସାଙ୍ଗ ସହିତ ଏକ ଗେଟ ବାହାରେ ଛିଡ଼ା ହୋଇଥିବା ଦେଖିବାକୁ ମିଳୁଛି।

ଯୁବକଙ୍କୁ ଦେଖି ଲାଗୁଛି କି ସେ ତାଙ୍କ ପ୍ରେମିକାଙ୍କୁ ବୁଝାଇବାକୁ ଚେଷ୍ଟା କରୁଛନ୍ତି। ଏଥିପାଇଁ ସେ ନିଜ ଶୈଳୀରେ ମାଇକ୍ରୋଫୋନ ଧରି ଗୀତ ଗାଇ ରାଗି ଯାଇଥିବା ପ୍ରେମିକାଙ୍କୁ ଖୁସି କରିବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ପ୍ରେମିକଙ୍କ କଥାରେ ଯୁବତୀଙ୍କୁ କୌଣସି ଫରକ ପଡ଼ୁନାହିଁ। ସେ ସେମିତି ଘର ବାହାରେ ଛିଡ଼ା ହୋଇ ପ୍ରେମିକଙ୍କ ମଜାକ ଉଡ଼ାଉଛନ୍ତି।

ଏତିକି ବେଳେ ପ୍ରେମିକାଙ୍କ ଘର ଭିତରୁ ଜଣେ ଯୁବକ ବାହାରି ଆସିଥି‌ଲେ। ଆଉ ଯୁବତୀଙ୍କୁ ପଛରୁ ଆଲିଙ୍ଗନ କରିଥିଲେ। ଏହାକୁ ଯୁବତୀ ବି ସମର୍ଥନ କରିଥିଲେ। ଏଦୃଶ୍ୟ ଦେଖି ପ୍ରେମିକ ସ୍ତବ୍ଧ ହୋଇଯାଇଥିଲେ। ପ୍ରେମିକାଙ୍କୁ ନପାଇ ପ୍ରେମିକ ତାଙ୍କ ଘର ସାମ୍ନାରେ ଛିଡ଼ା ହୋଇ ଫେରି ଆସିବାକୁ ଗୁହାରି କରିଥିଲେ। ସେ ଏଦୃଶ୍ୟକୁ ନିଜ ଆଖିରେ ଦେଖି ବି ବିଶ୍ବାସ କରି ପାରି ନଥି‌ଲେ। ଆଉ ସମସ୍ତଙ୍କ ସାମ୍ନାରେ ଭୋଭୋ ହୋଇ କାନ୍ଦିଥିଲେ।

ଏହି ଘଟଣାର ଭିଡିଓ ପୁରୁଣା ବୋଲି କୁହାଯାଉଥିବା ବେଳେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ‌‌ସୋସିଆଲ ମିଡିଆ ବ୍ୟବହାରକାରୀ ଏହାକୁ ଦେଖି ବିଭିନ୍ନ ପ୍ରକାର ପ୍ରତିକ୍ରିୟା ବି ଦେଇଛନ୍ତି।

ସମ୍ବନ୍ଧିତ ଖବର