ପରଘରେ କାମ କରୁଥିବା କାରଣରୁ ଓଢ଼ଣାରେ ଗଳା ଚାପି ପତ୍ନୀର ହତ୍ୟା କଲା ପତି

ମୁମ୍ବାଇ: ମହାରାଷ୍ଟ୍ରର ଥାନେଠାରେ ଦେଖିବାକୁ ମିଳିିଛି ଏକ ଅଭାବନୀୟ ଘଟଣା। ଜଣେ ପତ୍ନୀ ପର ଘରେ କାମ କରିବାକୁ ଯାଉଥିବା ହେତୁ ରାଗରେ ଆସି ପତି ତାଙ୍କର ହତ୍ୟା କରିଥିବା ଅଭିଯୋଗ ହୋଇଛି। ପତି ନିଜେ ପାଣି ପାଇପ୍‌ କାମ କରନ୍ତି। ପତ୍ନୀଙ୍କ ପର ଘରେ କାମ କରିବା କଥାରେ ସେ ଅସନ୍ତୁଷ୍ଟ ଥିଲେ। ଏପରିକି ସେ ତାଙ୍କ ପତ୍ନୀଙ୍କର ଅନ୍ୟ ପୁରୁଷ ସହ ସଂପର୍କ ରହିଥିବା ସନ୍ଦେହ ମଧ୍ୟ କରୁଥିଲେ।

ମୃତକ ରେଖା ପାଗରେ(୩୫) ନିଜର ଆର୍ଥିକ ଅବସ୍ଥା ସୁଧାରିବା ପାଇଁ ପାଖ ଆଖ ଘର ବୁଲି କାମ କରୁଥିଲେ। ମାତ୍ର ତାଙ୍କ ସ୍ୱାମୀ ଦୀଲିପ ପାଗରେ ଅନେକ ଥର ରେଖାକୁ ପର ଘରେ ଯାଇ କାମ ନ କରିବା ପାଇଁ କହିଥିଲେ। ଆର୍ଥିକ ଅବସ୍ଥା ଭଲ ନ ଥିବାରୁ ସ୍ୱାମୀଙ୍କ କଥା ନଶୁଣି ରେଖା ଯାଇ ପର ଘରେ କାମ କରୁଥିଲେ।

ଗୋଟିଏ ପୁଅ ଓ ଗୋଟିଏ ଝିଅର ବାପା ହୋଇ ସାରିଥିବା ଦୀଲିପ ତାଙ୍କ ପତ୍ନୀଙ୍କ ଚରିତ୍ରକୁ ମଧ୍ୟ ସନ୍ଦେହ କରୁଥିଲେ। ରବିବାର ଦିନ ପରିବାର ଲୋକ ଗୁଡ଼ି ପାରଓ୍ଵା ପର୍ବ ପାଳନ କରୁଥିବା ବେଳେ ତାଙ୍କ ପତ୍ନୀ କାମ କରିବାକୁ ବାହାରି ଯାଇଥିଲେ ଓ ସଂଧ୍ୟାରେ ଘରକୁ ଫେରିଥିଲେ। ସେ ବିଳମ୍ବରେ ଘରକୁ ଫେରିବ ନେଇ ପତି-ପତ୍ନୀଙ୍କ ଭିତରେ ଝଗଡ଼ା ହୋଇଥିଲା ଓ ପତି ରାଗରେ ଆସି ପତ୍ନୀ ପିନ୍ଧିଥିବା ପୋଷାକର ଓଢ଼ଣୀରେ ଗଳା ଚାପି ତାଙ୍କ ହତ୍ୟା କରିଥିବା ସୂଚନା ରହିଛି।

ସମ୍ବନ୍ଧିତ ଖବର