ନାବାଳିକାକୁ ଅପହରଣ, ଯୁବକ ଗିରଫ

ପୁରୁଣା ଭୁବନେଶ୍ୱର : ଏୟାରଫିଲ୍‌ଡ଼ ଥାନା ଅଧୀନ ପୋଖରୀପୁଟ ଅଞ୍ଚଳରୁ ଜଣେ ନାବାଳିକକୁ ଅପହରଣ କରିବା ଅଭିଯୋଗରେ ପୁଲିସ ଜଣେ ଯୁବକକୁ ଗିରଫ କରିଛି। ଗିରଫ ଯୁବକ ଜଣକ ହେଳା ଝାଡ଼ଖଣ୍ଡ ସେଲଭୁମ୍‌ ଥାନା ଅନ୍ତର୍ଗତ ତେଲୋକ ଗ୍ରାମର ଅନୁପ ଚନ୍ଦ୍ର(୨୦)। ସେ ପୋଖରୀପୁଟ୍‌ ଅଞ୍ଚଳରେ ରହୁଥିଲା। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ନାବାଳିକା ଓ ଅନୁପ ଉଭୟ ପୃଥକ ଘରୋଇ କଲେଜରେ ପଢ଼ୁଥିଲେ। ତେବେ ୨ଦିନ ହେଲା ଦୁହେଁ କେଉଁ ଆଡ଼େ ପଳାଇଥିଲେ। ନାବାଳିକାର ବାପା ତାଙ୍କ ଝିଅକୁ କେହି ଅପହରଣ କରିଥିବା ନେଇ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ନାବାଳିକାର ଓ ଅନୁପର ଫୋନ୍‌କୁ ଟ୍ରାକ୍‌ କରି ଉଭୟଙ୍କୁ ଠାବ କରିଥିଲା ଏବଂ ନାବାଳିକାକୁ ଉଦ୍ଧାର କରି ତାଙ୍କ ଘର ଲୋକଙ୍କୁ ହସ୍ତାନ୍ତର କରିଥିବାବେଳେ ଆଜି ଅନୁପକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର