ବାପା ଓ ସ୍ତ୍ରୀକୁ କୁରାଢ଼ିରେ ହାଣି ହତ୍ୟା କଲା ପୁଅ

ଜବାଲପୁର: ମଧ୍ୟପ୍ରଦେଶର ଜବଲପୁର ଜିଲ୍ଲାର ଏକ ଗାଁରୁ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୩୫ ବର୍ଷ ବୟସ୍କ ବ୍ୟକ୍ତି ତାଙ୍କ ପିତା ଓ ପତ୍ନୀଙ୍କୁ କୁରାଢ଼ିରେ ହାଣି ହତ୍ୟା କରିଥିବା ଶନିବାର ଅଭିଯୋଗ ହୋଇଛି।

ସୂଚନାଯୋଗ୍ୟ, ସନ୍ତୋଷ ଲୋଧି ଶୁକ୍ରବାର ରାତିରେ ଜିଲ୍ଲା ମୁଖ୍ୟାଳୟଠାରୁ ପ୍ରାୟ ୫୦ କିଲୋମିଟର ଦୂରରେ ଥିବା ଗୋକାଲାହାର ଗ୍ରାମରେ ରହୁଥିବା ତାଙ୍କ ପିତା ଅମାନ ଲୋଧି (୬୫) ଏବଂ ପତ୍ନୀ କବିତା (୩୨)ଙ୍କୁ କୁରାଢ଼ିରେ ହାଣି ହତ୍ୟା କରିଥିବା ଅତିରିକ୍ତ ପୁଲିସ ଅଧୀକ୍ଷକ ଏସ ଏସ ବାଗେଲ କହିଛନ୍ତି।

ପଚରାଉଚରା ବେଳେ ସନ୍ତୋଷ ପୁଲିସକୁ କହିଛନ୍ତି ଯେ ବାଲଖେଡା ପୁଲିସ ଷ୍ଟେସନ ଅଧୀନରେ ଥିବା ଘରେ ଆପତ୍ତିଜନକ ଅବସ୍ଥାରେ ତାଙ୍କ ପତ୍ନୀ ଓ ବାପାକୁ ଦେଖିବା ପରେ ସେ ରାଗରେ ଦୁହିଁଙ୍କୁ ହତ୍ୟା କରି ଦେଇଥିଲେ।

ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ତଦନ୍ତ ଆରମ୍ଭ କରିଛନ୍ତି।

ସମ୍ବନ୍ଧିତ ଖବର