ହୋଟେଲ୍‌ ରୁମରେ ପ୍ରେମିକାକୁ ହତ୍ୟା କରିବା ପରେ ନି‌ଜେ ଫ୍ୟାନରେ ଝୁଲି ପ୍ରେମିକର ଆତ୍ମହତ୍ୟା!

ହାଇଦ୍ରାବାଦ୍‌: ହାଇଦ୍ରାବାଦ୍‌ର ମାଧପୁର ଅଞ୍ଚଳରେ ଥିବା ଏକ ହୋଟେଲ୍‌ରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଜଣେ ୨୫ ବର୍ଷୀୟ ଯୁବକ ହାଇଦ୍ରାବାଦର ପ୍ରିମିୟମ୍ ହୋଟେଲ୍ ମଧ୍ୟରେ ନିଜ ପ୍ରେମିକାଙ୍କ ଗଳା କାଟି ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।

ମହିଳା ଜଣକ ହେଉଛନ୍ତି ବିକାରବାଦ୍ ଜିଲ୍ଲାର ବୋମରସପେଟ୍‌ର ସନ୍ତୋଷୀ। ଅଭିଯୁକ୍ତ ଜଣକ ହେଉଛନ୍ତି ନାରାୟଣପେଟ୍‌ ଜିଲ୍ଲାର ଜି ରାମୁଲୁ(୨୫)। ସେମାନେ ପ୍ରିମିୟମ୍‌ ହୋଟେଲ୍‌ରେ ବୁଧବାର ଦିନ ଚେକ୍‌-ଇନ୍‌ କରିଥିବା ସୂଚନା ରହିଛି।

ଗୁରୁବାର ଅପରାହ୍ନ ସୁଦ୍ଧା ତାଙ୍କୁ ରୁମ୍‌ ଛାଡ଼ିବାର ଥିଲା। ମାତ୍ର ସେମାନେ ଆଉ ଏକ ଦିନ ସେଠାରେ ରହିବାର ନିଷ୍ପତ୍ତି ନେଇଥିଲେ। ପୁଲିସ୍‌ ସୂତ୍ରରୁ ଜାଣିବାକୁ ମିଳିଛି ଯେ ସେମାନଙ୍କ ମଧ୍ୟରେ ଗୁରୁବାର ସଂଧ୍ୟାରେ କଳିଝଗଡ଼ା ହୋଇଥିଲା। ସେମାନଙ୍କ ଝଗଡ଼ା ହୋଟେଲ୍‌ର ଜଣେ କର୍ମଚାରୀ ଶୁଣିବା ପରେ ମ୍ୟାନେଜ୍‌ମେଣ୍ଟକୁ ସୂଚୀତ କରିଥିଲେ।

ତା’ପରେ ହୋଟେଲ୍‌ ମ୍ୟାନେଜ୍‌ମେଣ୍ଟ୍‌ ପକ୍ଷରୁ ସେମାନଙ୍କ କବାଟ ଯେତେ ପିଟା ଯାଇଥିଲେ ବି କେହି ଖୋଲିନଥିଲେ। ଜରୁରୀକାଳିନ ଚାବିରେ କବାଟ ଖୋଲିବା ପରେ ଦେଖିବାକୁ ମିଳିଲା ଯେ ଯୁବତୀଙ୍କ ଶରୀରର ବହୁ ସ୍ଥାନରେ କ୍ଷତ ରହିଥିବା ‌ବେଳେ ଛୁରିରେ ବେକ କଟା ଯାଇଥିଲା ଓ ଯୁବକ ଜଣକ ନିଜେ ପଙ୍ଖାରେ ଟାଙ୍ଗି ହୋଇ ଆତ୍ମହତ୍ୟା କରିଛନ୍ତି।

ସମ୍ବନ୍ଧିତ ଖବର