ଓ୍ଵିଗ୍‌ ତଳେ ୧ କିଲୋ ସୁନା ରଖି ଚୋରା ଚାଲାଣ କରୁଥିବା ବେଳେ କୋଚି ବିମାନବନ୍ଦରରୁ ଧରାପଡ଼ିଲେ ଚାଲାଣକାରୀ

କୋଚି: ଚଳିତବର୍ଷ ଜୁଲାଇରେ ବାର୍ସେଲୋନା ବିମାନବନ୍ଦରରେ ଜଣେ ବ୍ୟକ୍ତି ୨୪ ଲକ୍ଷ ଟଙ୍କାର କୋଚିନ୍‌ ତାଙ୍କ ଓ୍ଵିଗ୍‌ ତଳେ ଲୁଚାଇ ଚୋରା ଚାଲାଣ କରୁଥିବା ବେଳେ ଧରାପଡ଼ିଥିଲେ। ନିକଟରେ ପୁଣି ଏକ ସମାନ ଘଟଣା ଘଟିଥିବାର ଦେଖିବାକୁ ମିଳିଛି। ଜଣେ ବ୍ୟକ୍ତି ତାଙ୍କ ଓ୍ଵିଗ୍‌ ତଳେ ୧ କିଲୋ ସୁନା ଚୋରା ଚାଲାଣ କରୁଥିବା ବେଳେ କେରଳର କୋଚି ବିମାନବନ୍ଦରରୁ ଧରାପଡ଼ିଛନ୍ତି। ଚୋରା ଚାଳାଣ କରୁଥିବା ଏହି ଯୁବକଙ୍କ ନାଁ ନୌସାଦ। ତାଙ୍କ ଘର କେରଳର ମଲ୍ଲାପୁରମ୍‌ରେ।

ଶୁକ୍ରବାର ଦିନ ନୌସାଦ ସାରଝାରୁ କେରଳ ଯାଉଥିଲେ। କୋଚି ବିମାନବନ୍ଦରରେ ତାଙ୍କୁ ଧରାଯାଇଛି। ସେ ତାଙ୍କ ଓ୍ଵିଗ୍‌ ତଳେ ୧ କିଲୋ ସୁନା ରଖି ଚୋରା ଚାଲାଣ କରିବାର ଉଦ୍ୟମ କରୁଥିଲେ।

ସେ ସୁନାକୁ ଲୁଚାଇବା ପାଇଁ ତାଙ୍କ ମୁଣ୍ଡରୁ କିଛି ଅଂଶ କେଶକୁ ଖୁର ମାରି ଚାଞ୍ଛି ଦେଇଥିବା ଫଟୋରେ ଦେଖିବାକୁ ମିଳିଛି। ଏତେ ସବୁ ପରେ ବି ସେ ବର୍ତ୍ତି ପାରିଲେ ନାହିଁ। ବିମାନବନ୍ଦରରେ ଧରାପଡ଼ିଲେ। ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର