ମନୋଜ ଜେନା ହତ୍ୟା ମାମଲା: ଅଭିଯୁକ୍ତଙ୍କ ବ୍ୟାଙ୍କ ଆକାଉଣ୍ଟ ଅଚଳ

ବ୍ରହ୍ମପୁର: ଆସିକା ବିଧାନସଭା କଂଗ୍ରେସ ପ୍ରାର୍ଥୀ ମନୋଜ ଜେନାଙ୍କୁ ଗୁଳି କରି ହତ୍ୟା ମାମଲାର ଅଭିଯୁକ୍ତଙ୍କୁ ପୁଲିସ ଚିହ୍ନଟ କରିଛି। କିନ୍ତୁ ଏ ପର୍ଯ୍ୟନ୍ତ ସେମାନଙ୍କୁ ଠାବ କରିବାରେ ସକ୍ଷମ ହୋଇପାରି ନାହିଁ। ଅଭିଯୁକ୍ତଙ୍କ ଆର୍ଥିକ ସ୍ରୋତ ବନ୍ଦ କରିବା ପାଇଁ ପୁଲିସ ଲୁକ୍‌ଆଉଟ୍‌ ସର୍କୁଲାର୍‌ ଜାରି କରିଥିଲା। ସେହିପରି ୭ଜଣ ଅଭିଯୁକ୍ତଙ୍କ ବ୍ୟାଙ୍କ ଆକାଉଣ୍ଟ ଅଚଳ କରିବା ପାଇଁ ଗତକାଲି ପୁଲିସ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲା। ସେ ଅନୁସାରେ ଆଜି ଆସିକାରେ ଥିବା ଅଭିଯୁକ୍ତଙ୍କ ଦୁଇଟି ବ୍ୟାଙ୍କ ଆକାଉଣ୍ଟକୁ ଅଚଳ କରାଯାଇଛି। ମନୋଜ ହତ୍ୟା ଘଟଣାର ହତ୍ୟାକାରୀମାନେ ଆସିକା ଅଞ୍ଚଳର ବୋଲି ପୁଲିସ ସ୍ପଷ୍ଟ କରିଛି। କିନ୍ତୁ ଘଟଣା ପରଠାରୁ ସେମାନେ ଫେରାର ହୋଇଯାଇଥିବାରୁ ପୁଲିସ ଅଭିଯୁକ୍ତମାନଙ୍କ ସମ୍ପର୍କୀୟଙ୍କ ଗତିବିଧି ଉପରେ ମଧ୍ୟ ନଜର ରଖିଛି। ଭୁବନେଶ୍ବର, ଆସିକା ଓ ଭଂଜନଗରରେ ମୋଟ ୧୨ଜଣଙ୍କୁ ପୁଲିସ ଅଟକ ରଖି ଜେରା ଚଳାଇଛି।

ସମ୍ବନ୍ଧିତ ଖବର