ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାରେ ଆଉ ଜଣେ ନାବାଳିକା ଗଣଦୁଷ୍କର୍ମ ଶିକାର ହୋଇଛି। ୪ ଜଣ ଯୁବକଙ୍କ ସହ ଜଣେ ନାବାଳକ ତାଙ୍କୁ ଶଙ୍ଖ ନଦୀ ପଠାକୁ ଟେକି ନେଇ ଦୁଷ୍କର୍ମ କରିଥିଲେ। ପୁଲିସ ସମସ୍ତ ଅଭିଯୁକ୍ତଙ୍କୁ ଅଟକ ରଖି ପଚରା ଉଚରା କରୁଛି।
Sambad is now on WhatsApp
Join and get latest news updates delivered to you via WhatsApp
ସ୍ଥାନୀୟ ଅଂଚଳର ନାବାଳିକା (୧୫)ଙ୍କ ମା’ ଦିଲ୍ଲୀରେ ଜଣେ ଶ୍ରମିକଭାବେ କାର୍ଯ୍ୟରତ। ମୁଖ୍ୟ ଅଭିଯୁକ୍ତ ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ ଭାଲୁପତ୍ରାର ବିକାଶ ର୍ତିକୀ (୨୫) ଦିଲ୍ଲୀରେ ରହି କାମ କରୁଥିବାବେଳେ ନାବାଳିକାର ମା’ ସହ ଚିହ୍ନା ପରିଚୟ ରହିଥିଲା। ନାବାଳିକାର ମା’ର ଅନୁରୋଧକ୍ରମେ ସୋମବାର ସକାଳେ ବିକାଶ ନାବାଳିକାକୁ ଦିଲ୍ଲୀ ନେଇ ତାଙ୍କ ମା’ଙ୍କ ପାଖରେ ଛାଡ଼ିବାର ଥିଲା। ଏଣୁ ନାବାଳିକା ଚିକଟମାଟିରେ ରହୁଥିବା ତା’ର ବଡ଼ ବାପାଙ୍କ ଘରକୁ ଗତ ଶନିବାର ଦିନ ଆସିଥିଲା। ମାତ୍ର ମନ୍ଦ ଉଦ୍ଦେଶ୍ୟ ରଖିଥିବା ବିକାଶ ଚକ୍ରାନ୍ତ କରି ସୋମବାର ସକାଳୁ ଦିଲ୍ଲୀ ଅଭିମୁଖେ ବାହାରିବାକୁ ଥିବା କହି ନାବାଳିକାକୁ ରବିବାର ସଂଧ୍ୟାରେ ନିଜ ଭାଲୁପତ୍ରା ସ୍ଥିତ ଘରକୁ ଆସିବାକୁ କହିଥିଲା।
ଏ ବିଷୟରେ ସଂପୂର୍ଣ୍ଣ ଅଜ୍ଞ ନାବାଳିକା ରବିବାର ସଂଧ୍ୟାରେ ବିକାଶର ଘରକୁ ଆସିଥିଲା। ରାତି ପ୍ରାୟ ୧୦ଟାରେ ବିକାଶ ନାବାଳିକାକୁ ଘର ବାହାରକୁ ଆସିବାକୁ କହିଥିଲା। ନାବାଳିକା ଘର ବାହାରକୁ ଆସିବାପରେ ଆଗରୁ ଛପି ରହିଥିବା ମୁଖ୍ୟ ଅଭିଯୁକ୍ତର ଚାରି ଜଣ ସାଙ୍ଗ ଅମିତ କିସପଟ୍ଟା (୨୨), ପ୍ରଶାନ୍ତ ଟପ୍ପୋ (୨୩), ରବିନ କିସପଟ୍ଟା (୨୮) ଆଉ ଜଣେ ନାବାଳକ (୧୭) ନାବାଳିକାକୁ ପାଖରେ ଥିବା ଶଙ୍ଖ ନଦୀ ପଠାକୁ ଟେକି ନେଇଥିଲେ। ପରେ ଅତି ର୍ନିଦ୍ଦୟଭାବେ ଜଣକ ପରେ ଜଣେ ଦୁଷ୍କର୍ମ କରିଥିଲେ। ଏହାସହ ଏ ବିଷୟରେ କାହାରିକୁ କହିଲେ ଜୀବନରୁ ମାରିଦେବାକୁ କୁଆଡ଼େ ଧମକ ଦେଇଥିଲେ। ସୋମବାର ଦିନ ଏନେଇ ନାବାଳିକା ନିଜ ବଡ଼ବାପାଙ୍କୁ ଘଟଣା ବିଷୟରେ କହିବାପରେ ବ୍ରାହ୍ମଣୀତରଙ୍ଗ ଥାନାରେ ଏତଲା ହୋଇଥିଲା।