ଦକ୍ଷିଣ ଆଫ୍ରିକାର ପ୍ରବାସୀ ଭାରତୀୟ ମହିଳାଙ୍କୁ ଗଣଦୁଷ୍କର୍ମ: ଟୁରିଷ୍ଟ ଗାଇଡ ଓ ମସାଜ ପାର୍ଲର ମାଲିକ ଗିରଫ

ମଥୁରା: ଜଣେ ପ୍ରବାସୀ ଭାରତୀୟ ମହିଳାଙ୍କୁ ଉତ୍ତର ପ୍ରଦେଶର ମଥୁରାଠାରେ ଜଣେ ଟୁରିଷ୍ଟ୍‍ ଗାଇଡ୍‌ ଓ ତା’ର ସାଙ୍ଗ ମିଶି କରି ଗଣଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଛି। ଏହି ମହିଳା ଜଣକ ଦକ୍ଷିଣ ଆଫ୍ରିକାର ବୋଲି ଜଣାଯାଇଛି। ଏ ସଂପର୍କରେ ପୀଡ଼ିତାଙ୍କର ଜଣେ ବନ୍ଧୁ ଥାନାରେ ଅଭିଯୋଗ କରିବାପରେ ଗାଇଡ୍‌ ମୋନୁ ଓ ତା’ର ସାଙ୍ଗ ବିଷ୍ଣୁକୁ ଗିରଫ କରିଛି ପୁଲିସ୍‌।

ପୁଲିସ ସୂତ୍ରରୁ ଜଣାଯାଇଛି ଯେ,ପୀଡ଼ିତା ମହିଳା ସୋମବାର ଦିନ ତୀର୍ଥସ୍ଥଳ ଗୋକୁଳ ଧାମକୁ ବୁଲିବାକୁ ଯାଇଥିବାବେଳେ ତାଙ୍କୁ ମୋନୁ ଓ ବିଷ୍ଣୁ ଗଣଦୁଷ୍କର୍ମ କରିଥିଲେ। ମହାଓ୍ଵାନ୍‌ ପୁଲିସ ଥାନାର ଭାରପ୍ରାପ୍ତ ଅଧିକାରୀ ଦୀପେନ୍ଦ୍ର ସିଂହଙ୍କ ଅନୁଯାୟୀ ଅଭିଯୁକ୍ତ ବିଷ୍ଣୁ ମଥୁରାରେ ଏକ ମସାଜ୍‌ ପାର୍ଲର ମାଲିକ। ପୀଡ଼ିତା ମୂଳତଃ ଭାରତର । ତାଙ୍କର ବୟସ ପ୍ରାୟ ୨୫ ବର୍ଷ। ସେ ମଥୁରା ଜିଲ୍ଲାର ବୃନ୍ଦାବନ ବୁଲିବାକୁ ଆସିଥିଲେ।

ପୀଡ଼ିତା ଇସ୍କନ ମନ୍ଦିର ନିକଟରେ ଥିବା ଏକ ଗେଷ୍ଟ ହାଉସରେ ନିଜର ମାମୁଁ ଓ ମାଇଁଙ୍କ ସହ ଦୁଇ ଦିନ ହେଲା ରହୁଥିଲେ। ପୀଡ଼ିତା ଜଣକ ପୁଲିସରେ ଲିଖିତ ଅଭିଯୋଗ କରିବାକୁ ଏପରିକି ଡାକ୍ତରି ମାଇନା ଲାଗି ବି ଅରାଜି ହେଉଥିଲେ ବୋଲି ଦୀପେନ୍ଦ୍ର ସିଂହ କହିଛନ୍ତି ।

ସମ୍ବନ୍ଧିତ ଖବର