କରୋନା ଆକ୍ରାନ୍ତଙ୍କ ସହ ଶାରୀରିକ ସଂପର୍କ ରଖିବା ଉଦ୍ୟମ ମହଙ୍ଗା ପଡ଼ିଲା, ନର୍ସ ନିଲମ୍ବିତ

ଜାକର୍ତ୍ତା: କରୋନା ଭାଇରସ୍‌ ପାଇଁ ବିଶ୍ବ ସାରା ଲୋକଙ୍କୁ ସତର୍କତା ଅବଲମ୍ବନ କରିବାକୁ କୁହାଯାଉଥିବା ବେଳେ ଇଣ୍ଡୋନେସିଆର ଏକ ହସ୍ପିଟାଲ୍‌ର ନର୍ସଙ୍କ କାଣ୍ଡ ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି। ଅଭିଯୋଗ ହୋଇଛି ଯେ ନର୍ସ ଜଣକ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିବା ଜଣେ କରୋନା ରୋଗୀଙ୍କ ସହ ଶାରୀରିକ ସଂପର୍କ ରଖିବାକୁ ପିନ୍ଧିଥିବା ପିପିଇ କିଟ୍‌କୁ ଖୋଲି ଦେଇଥିଲେ।

ନର୍ସ ଜଣକ ହସ୍ପିଟାଲ୍‌ର ଶୌଚାଳୟରେ ଏପରି ଘୃଣ୍ୟ କାର୍ଯ୍ୟ କରିଥିବା ସୂଚନା ରହିଛି। କରୋନା ଆକ୍ରାନ୍ତ ଜଣକ ଏ ନେଇ ସୋସିଆଲ୍‌ ମିଡିଆରେ ସୂଚନା ଦେବା ପରେ ଏ‌ହା ଏବେ ଚାରିଆଡ଼େ ଚର୍ଚ୍ଚା ପାଲଟିଛି। ଖବର ଚାରିଆଡ଼େ ଖେଳିଯିବା ପରେ ଏବେ ଉଭୟ ନର୍ସ ଓ ରୋଗୀଙ୍କୁ ପୃଥକ କରି ରଖାଯାଇଛି।

ଏପରିକି କରୋନା ଆକ୍ରାନ୍ତ ଜଣକ ନର୍ସ ଓ ତାଙ୍କ ମଧ୍ୟରେ ହୋଇଥିବା ଏକ ହ୍ବାଟ୍‌ସଆପ୍‌ ଚାଟ୍‌ର ସ୍କ୍ରିନ୍‌ସଟ୍‌କୁ ସୋସିଆଲ୍‌ ମିଡିଆରେ ସେୟାର କରିଛନ୍ତି। ସୋସିଆଲ୍‌ ମିଡିଆରେ ଘଟଣାଟି ଭାଇରାଲ୍‌ ହେବା ପରେ ଉଭୟ ଆକ୍ରାନ୍ତ ଓ ନର୍ସଙ୍କୁ ଏ ନେଇ ପଚରାଉଚରା କରାଯାଇଥିଲା। ସେମାନେ ଏହି କଥାକୁ ସ୍ବୀକାର କରିଛନ୍ତି। ଏହି ଘଟଣା ପରେ ନର୍ସଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି। ଏହି ମାମଲା କେନ୍ଦ୍ରୀୟ ଜାକର୍ତ୍ତା ପୁଲିସକୁ ହସ୍ତାନ୍ତର କରାଯାଇଛି। ଏ ନେଇ ତଦନ୍ତ ଜାରି ରହିଛି।

ସମ୍ବନ୍ଧିତ ଖବର