ଖାରବେଳ ନଗର ସେକ୍ସ ର‍୍ୟାକେଟ ଘଟଣାରେ ଓଡ଼ିଶା ପୁଲିସର ଥାଇଲାଣ୍ଡ ରାଷ୍ଟ୍ରଦୂତଙ୍କୁ ଚିଠି

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଖାରବେଳ ନଗର ଅଞ୍ଚଳରେ ନିକଟରେ ପର୍ଦ୍ଦାଫାଶ ହୋଇଥିବା ସେକ୍ସ ର‍୍ୟାକେଟ ଘଟଣାରେ ଓଡ଼ିଶା ପୁଲିସ ଥାଇଲାଣ୍ଡ ରାଷ୍ଟ୍ରଦୂତ କାର୍ଯ୍ୟାଳୟକୁ ଚିଠି ଲେଖିଛି। ଘଟଣା ଦିନ ସ୍ପା ସେଣ୍ଟରରୁ ୫ଜଣ ଯୁବତୀ ଉଦ୍ଧାର ହୋଇଥିବା ବେଳେ ସେଥିରେ ୩ଜଣ ଥାଇଲାଣ୍ଡର ସାମିଲ ଥିଲେ।

‘ସ୍ପାରେ ନିଯୋଜିତ ଥାଇଲାଣ୍ଡ ଯୁବତୀଙ୍କୁ ଆମେ ଅଟକ ରଖିବା ସହ ଏବାବଦରେ ଥାଇଲାଣ୍ଡ ରାଷ୍ଟ୍ରଦୂତ କାର୍ଯ୍ୟାଳୟକୁ ସୂଚନା ଦେଇଛୁ ବୋଲି ଭୁବନେଶ୍ୱର ଡିସିପି ସତ୍ୟବ୍ରତ ଭୋଇ ରବିବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେ କହିଛନ୍ତି, ସେକ୍ସ ର‍୍ୟାକେଟର ମାଷ୍ଟରମାଇଣ୍ଡକୁ ଆମେ ଧରିବାକୁ ଯୋଜନା ଚଳାଇଛୁ। ଭୋଇ ସୂଚନା ଦେଇଛନ୍ତି, ଯେଉଁମାନେ ଯୁବତୀମାନଙ୍କୁ ପର୍ଯ୍ୟଟକ ଭିସା ଦେଇ ଏଠାକୁ ଆସିବାରେ ସାହାଯ୍ୟ କରିଥିଲେ, ସେମାନଙ୍କୁ ଧରିବା ପାଇଁ ତଦନ୍ତ ଚାଲିଛି।’

ସମ୍ବନ୍ଧିତ ଖବର