ଶୌଚ ପାଇଁ ଯାଇଥିବା ବେଳେ ୧୭ ବର୍ଷର ନାବାଳିକାକୁ ଅଟକ ରଖି ଗଣଦୁଷ୍କର୍ମ

ଅଲ୍ଲିଗଞ୍ଜ : ମହିଳା ସଶକ୍ତିକରଣ ଏବଂ ମହିଳାଙ୍କ ସୁରକ୍ଷା ପାଇଁ ସରକାର ନୂଆ ନିୟମ ପ୍ରସ୍ତୁତ କରିଥିବା ବେଳେ ମହିଳା ଏବଂ ନାବାଳିକାଙ୍କ ପ୍ରତି ଅପରାଧ ବଢ଼ିବାରେ ଲାଗିଛି। ଉତ୍ତରପ୍ରଦେଶରେ ଜଣେ ୧୭ ବର୍ଷର ନାବାଳିକାଙ୍କୁ ବନ୍ଧକ ରଖି ଗଣଦୁଷ୍କର୍ମ କରାଯାଇଥିବା ଘଟଣା ସାମ୍ନାକୁ ଆସିଛି। ପୀଡ଼ିତା ଶୌଚ ପାଇଁ ଯାଇଥିବା ସମୟରେ ଏହି ଘଟଣା ଘଟିଛି। ପୁଲିସ ଆଗରେ ପୀଡ଼ିତା ଦେଇଥିବା ବୟାନ ଅନୁଯାୟୀ ମାମଲା ରୁଜୁ କରାଯିବା ସହ ଆଇପିସି ଧାରା ୩୭୬ ଅନୁଯାୟୀ ତଦନ୍ତ ଆରମ୍ଭ କରାଯାଇଛି।

ପୁଲିସ ସୂଚନା ଅନୁଯାୟୀ , ଉତ୍ତରପ୍ରଦେଶର ଅଲ୍ଲିଗଞ୍ଜ ଥାନା ଅନ୍ତର୍ଗତ ଏକ ଗ୍ରାମରେ ମେ୧୫ ତାରିଖରେ ରାତି ସମୟରେ ଘଟିଛି ଏହି ଅଭାବନୀୟ ଘଟଣା । ଜଣେ ୧୭ ବର୍ଷର ଦଳିତ ନାବାଳିକା ଶୌଚ ଯାଇଥିବା ସମୟରେ ତାକୁ ବନ୍ଧକ କରି ତାଙ୍କ ସହିତ ଗଣଦୁଷ୍କର୍ମ କରିଥିବା ଜଣାପଡ଼ିଛି। ଏ ନେଇ ଗ୍ରାମବାସୀ ଏବଂ ପୀଡ଼ିତାଙ୍କ ପରିବାର ଲୋକେ ପୁଲିସରେ ଏତଲା ରୁଜୁ କରିଛନ୍ତି । ପୁଲିସ ଅଧିକାରୀ ପୀଡ଼ିତାଙ୍କ ବୟାନ ରେକର୍ଡ କରିବା ସହ ମାମଲାର ତଦନ୍ତ ଚଳାଇଛି। ନାବାଳିକାଙ୍କୁ ଅସ୍ତ୍ର ଦେଖାଇ ବନ୍ଧକ କରିବା ସହ ତାଙ୍କର ଦୁଇ ଜଣ ଦୁଷ୍କର୍ମ କରିଥିଲେ । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଅଭିଯୁକ୍ତମାନଙ୍କର କୌଣସି ସୂଚନା ମିଳିନଥିବା ବେଳେ ତଦନ୍ତ ଚଳାଇଛି ପୁଲିସ ।

ସମ୍ବନ୍ଧିତ ଖବର