ଦିଲ୍ଲୀ ମେଟ୍ରୋରେ ପୁଣି ଅସଦାଚରଣର ଶିକାର ହେଲେ ମହିଳା; ସାହାଯ୍ୟ କରିବା ବଦଳରେ ନିରବଦ୍ରଷ୍ଟା ସାଜିଲେ ସହଯାତ୍ରୀ
ନୂଆଦିଲ୍ଲୀ: ଦିଲ୍ଲୀ ମେଟ୍ରୋରେ ମହିଳାଙ୍କ ସହିତ ଅସଦାଚରଣ ଘଟଣା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପୁଣିଥରେ ମେଟ୍ରୋରେ ଜଣେ ମହିଳାଙ୍କୁ ଅସଦାଚରଣ କରାଯିବା ଘଟଣା ସାମ୍ନାକୁ ଆସିଛି। ଏହି ଘଟଣା ବ୍ଲୁ ଲାଇନ୍ ମେଟ୍ରୋରେ ଘଟିଥିବା କୁହାଯାଉଛି।
Sambad is now on WhatsApp
Join and get latest news updates delivered to you via WhatsApp
ମେଟ୍ରୋରେ ଅସଦାଚରଣର ଶିକାର ହୋଇଥିବା ପୀଡ଼ିତା ଟୁଇଟ କରି ନିଜ ସହିତ ଘଟିଥିବା ଏହି ଲଜ୍ଜାଜନକ ଘଟଣାକୁ ଜଣାଇ ଥିଲେ। ଏହାପରେ ଡିଏମ୍ଆରସି ପୀଡ଼ିତାଙ୍କୁ ସମ୍ପର୍କ କରି ତାଙ୍କ ସହିତ ଘଟିଥିବା ଅସଦାଚରଣର ଘଟଣାକୁ ପଚାରି ବୁଝିଥିଲେ। କାରଣ ଦୋଷୀକୁ ଧରିବା ସହିତ ଏଦିଗରେ କାର୍ଯ୍ୟନୁଷ୍ଠାନ ସହଜ ହୋଇପାରିବ।
ପୀଡ଼ିତାଙ୍କ କହିବାନୁସାରେ, ଯାତ୍ରା ସମୟରେ ଭିଡ଼ରେ ଫାଇଦା ଉଠାଇବାକୁ ଯାଇ ଜଣେ ବ୍ୟକ୍ତି ବାରମ୍ବାର ତାଙ୍କ ପିଠିକୁ ସ୍ପର୍ଶ କରୁଥିଲେ। ପୀଡ଼ିତା ତାଙ୍କୁ ଦୂରରେ ଛିଡ଼ା ହେବାକୁ କହିଥିଲେ ହେଁ ସେ କିଛି ନଶୁଣିଲା ଭଳି ରହିଥିଲେ। ସେଠାରେ ଉପସ୍ଥିତ ଥିବା ତାଙ୍କର ସହ ଯାତ୍ରୀମାନେ ଏହି ଘଟଣା ଦେଖୁଥିଲେ ହେଁ ଉକ୍ତ ବ୍ୟକ୍ତିଙ୍କୁ କେହି କିଛି କହିବାକୁ ସାହାସ କରୁ ନଥିଲେ। ସମସ୍ତେ କିଛି ନଜାଣିଲା ଭଳି ଛିଡ଼ା ହୋଇଥିଲେ।
Update:
Suspect in the Sultanpur case has been traced by the DMRC Security cell & AFC. He was tracked using the phone number used for an online payment for his card. DMRP has taken him into custody. The case could be solved because of the prompt assistance & action by the Police
— Delhi Metro Rail Corporation (@OfficialDMRC) February 15, 2020
ଏହି ଘଟଣା ପରେ ଦିଲ୍ଲୀ ମେଟ୍ରୋ ଟୁଇଟ କରି ସମସ୍ତ ଯାତ୍ରୀଙ୍କୁ ସଚେତନା କରାଇ କହିଛି, ଯଦି ମେଟ୍ରୋରେ କୌଣସି ଯାତ୍ରୀଙ୍କ ସହିତ ଏଭଳି ଘଟଣା ଘଟେ ସଙ୍ଗେସଙ୍ଗେ ସେମାନେ ଜରୁରୀକାଳୀନ ସାହାଯ୍ୟ ପାଇଁ ଥିବା ଘଣ୍ଟିକୁ ବଜାନ୍ତୁ ଓ ଟ୍ରେନ୍ ଅପରେଟରଙ୍କୁ ତୁରନ୍ତ ଏହାର ସୂଚନା ଦିଅନ୍ତୁ।
ତେବେ ଏହା ପ୍ରଥମ ନୁହେଁ। ପୂର୍ବରୁ ଅର୍ଥାତ୍ ଗତ ଶୁକ୍ରବାର ଦିଲ୍ଲୀ ମେଟ୍ରୋର ୟେଲୋ ଲାଇନ୍ର ଘିଟୋରନି ଷ୍ଟେସନ୍ରେ ଏମିତି ଜଣେ ମହିଳାଙ୍କ ସହିତ ଅସଦାଚରଣ ହୋଇଥିବା ଘଟଣା ସାମ୍ନାକୁ ଆସିଥିଲା। ମହିଳାଙ୍କ ଅଭିଯୋଗ କ୍ରମେ ପୁଲିସ ଅଭିଯୁକ୍ତଙ୍କ ପରିଚୟ ବାହାର କରି ଘଟଣା ଘଟିବାର ୪୮ଘଣ୍ଟା ମଧ୍ୟରେ ଅଭିଯୁକ୍ତ ଅଭିଳାଶ କୁମାରକୁ ଗୁରୁଗ୍ରାମରୁ ଗିରଫ କରିଥିଲା।