ପିପିଇ କିଟ ପିନ୍ଧି ଅଟୋରେ ୨୫କିଲୋ ସୁନା ଚୋରାଇ ନେଇଥିବା ଚୋରକୁ ଏପରି ଧରିଲା ପୁଲିସ

ନୂଆଦିଲ୍ଲୀ: ଚଳଚ୍ଚିତ୍ର ଶୈଳୀରେ ଏକ ଅଳଙ୍କାର ଦୋକାନରୁ ସୁନା ଚୋରି କରିଥିବା ଚୋରକୁ ଦିଲ୍ଲୀ ପୁଲିସ ଗିରଫ କରିଛି। ଦକ୍ଷିଣ ଦିଲ୍ଲୀର କାଲକା ଜି ଠାରେ ଥିବା ଅଞ୍ଜଳି ଜୁଏଲର୍ସରୁ ଗତ କିଛିଦିନ ତଳେ ପିପିଇ କିଟ୍ ପିନ୍ଧିଥିବା ଚୋରମାନେ ପ୍ରାୟ କୋଟିଏରୁ ଊର୍ଧ୍ବ ଟଙ୍କାର ଅଳଙ୍କାର ଚୋରି କରି ନେଇଥିଲେ। ଏହି ଘଟଣାରେ ସମ୍ପୃକ୍ତ ଥିବା ଜଣେ ଅଭିଯୁକ୍ତ ମହମ୍ମଦ ଶେଖ ନୁରକୁ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ଠାରୁ ପୁଲିସ ୧୫ କୋଟି ଟଙ୍କା ମୂଲ୍ୟର ୨୫ କିଲୋଗ୍ରାମ ସୁନା ଜବତ କରିଥିବା ଜଣାପଡ଼ିଛି।

Men wearing cat, dog masks steal jewellery worth crores from popular showroom in Tamil Nadu
IndiaToday

ଗତ ମଙ୍ଗଳବାର ଦିନ ଶେଖ ନୁର ସହିତ ଅନ୍ୟ କେତେ ଜଣ ଚୋର ପିପିଇ କିଟ ପିନ୍ଧି ସୋ’ରୁମକୁ ଚୋରି କରିବାକୁ ଯାଇଥିଲେ। ସେମାନେ ଅନ୍ୟ ଏକ କୋଠାର ଛାତରୁ ସୋ’ରୁମ ଭିତରକୁ ପ୍ରବେଶ କରିଥିଲେ। ସେହି ସମୟରେ ସୋ’ ରୁମର ସାମ୍ନା ଓ ପଛପାର୍ଶ୍ବରେ ପାଞ୍ଚଜଣ ସଶସ୍ତ୍ର ସୁରକ୍ଷାକର୍ମୀ ନିୟୋଜିତ ଥିଲେ। କିନ୍ତୁ ଉକ୍ତ ସୁରକ୍ଷାକର୍ମୀଙ୍କୁ ଏହି ଚୋରି ବିଷୟରେ ସାମାନ୍ୟ ହେଲେ ବି ସୂଚନା ମିଳି ନଥିଲା। ଚୋରମାନେ ଦୋକାନରୁ ୨୫କିଲୋ ସୁନା ଚୋରି କରିବା ପରେ ଅଟୋରେ ତାହାକୁ ନେଇ ଚମ୍ପଟ ମାରିଥିଲେ। ଚଳଚ୍ଚିତ୍ର ଶୈଳୀରେ ହୋଇଥିବା ଏହି ଚୋରି ଘଟଣା ଏପର୍ଯ୍ୟନ୍ତ ହୋଇଥିବା ବର୍ଷର ସବୁଠାରୁ ବଡ ଧରଣର ଚୋରି ବୋଲି କୁହାଯାଉଛି।

Pune police arrest man, recover stolen goods worth Rs 15.86 lakh | Hindustan Times
IndiaToday

ଗିରଫ ଅଭିଯୁକ୍ତ ମହମ୍ମଦ ଶେଖ ନୁର ମୂଳତଃ ପଶ୍ଚିମବଙ୍ଗର ହୁବଳି ଜିଲ୍ଲାର ବୋଲି ଜଣାପଡ଼ିଛି। ଯିଏ ନିଜେ କାଲକା ଜିରେ ଜଣେ ବୈଦ୍ୟୁତିକ ମସ୍ତ୍ରୀ ଭାବେ କାମ କରେ।

ଦକ୍ଷିଣ ପୂର୍ବ ଦିଲ୍ଲୀର ଡିସିପି ଆରପି ମିଣାଙ୍କ ମୁତାବକ, ସୋ’ରୁମର ମ୍ୟାନେଜର ବୁଧବାର ସକାଳ ୧୧ ଟାରେ ଚୋରି ସମ୍ପର୍କରେ ପୁଲିସକୁ ସୂଚନା ଦେଇଥିଲେ। ଏହା ପରେ ପୁଲିସ ସିସିଟିଭି ଆଧାରରେ ଏହି ଘଟଣାରେ ସମ୍ପୃକ୍ତ ଥିବା ଜଣକୁ ଗିରଫ କରିବା ସହିତ ଅନ୍ୟମାନଙ୍କୁ ଧରିବା ପାଇଁ ତଦନ୍ତ ଆରମ୍ଭ କରଛି।

ସମ୍ବନ୍ଧିତ ଖବର