ନକଲି ନଥିପତ୍ରରେ ୫୨ଟି ଅସଲି ପାସପୋର୍ଟ ତିଆରି କରିଥିଲେ ପୁଲିସ କର୍ମଚାରୀ , ତିନି ପୁଲିସ କର୍ମଚାରୀ ନିଲମ୍ବିତ

ନୂଆଦିଲ୍ଲୀ: ଦିଲ୍ଲୀ ପୁଲିସ ପାସପୋର୍ଟ ତନଖି ଭଳି କାମରେ ବ୍ୟାପକ ହେରଫେର ହୋଇଥିବା ଜଣାଯାଇଛି। ଅଭିଯୋଗରୁ ଜଣାଯାଏ ଯେ, ସ୍ପେସାଲ୍‌ ବ୍ରାଞ୍ଚର କିଛି ପୁଲିସ କର୍ମଚାରୀ ମୋଟା ଅଙ୍କର ଅର୍ଥ ନେଇ ଦିଲ୍ଲୀରେ ରହୁଥିବା ଆଫଗାନିସ୍ତାନର ୫୨ ଜଣ ନାଗରିକମାନଙ୍କର ଭାରତୀୟ ପାସପୋର୍ଟ ପ୍ରସ୍ତୁତ କରିଛନ୍ତି। ଏସବୁ ପାସପୋର୍ଟ ଅସଲି ଥିଲା,କିନ୍ତୁ ଏଥିରୁ ବ୍ୟବହୃତ ନଥିପତ୍ର ସବୁ ନକଲି ବୋଲି ଜଣାଯାଇଛି।
ଏହି ମାମଲା ଏଯାଏଁ ତିନି ଜଣ ପୁଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି । ଏହାଛଡ଼ା ଆଉ କେତେକ ପୁଲିସ କର୍ମଚାରୀ ଏହି ର‍୍ୟାକେଟରେ ସାମିଲ୍‌ ଥିବା କୁହାଯାଉଛି। ଏହାର ବିଭାଗୀୟ ତଦନ୍ତ ଚାଲିଛି।

ମିଳିଥିବା ସୂଚନା ଅନୁଯାୟୀ, ପ୍ରାୟ ଛଅ ମାସ ତଳେ ଏହି ପାସପୋର୍ଟ ତିଆରି ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏହି କାମ କେତେକ ଦଲାଲଙ୍କ ଜରିଆରେ ହୋଇଥିଲା। ପ୍ରଥମ ଥର ୧୫ ଜଣ ଆଫଗାନିସ୍ତାନର ଲୋକ ଓ ଦ୍ୱିତୀୟ ଥର ୩୭ ଜଣ ଅନ୍ୟ ବିଦେଶୀମାନଙ୍କର ଭାରତୀୟ ପାସପୋର୍ଟ ତିଆରି ହୋଇଥିଲା। ଏ ସମସ୍ତ ୫୨ ଜଣ ନାଗରିକ ପଶ୍ଚିମ ଦିଲ୍ଲୀରେ ରହୁଥିଲେ। ସେମାନେ ଭଡ଼ାରେ ରହୁଥିଲେ। ଏମାନଙ୍କ ପାଖରେ ସ୍ଥାୟୀ ଠିକଣା ନ ଥିଲା।

ସମ୍ବନ୍ଧିତ ଖବର