ପ୍ରେମିକ ସହ ମିଶି ସ୍ୱାମୀକୁ ହତ୍ୟା କରି ଘରର ଅଗଣାରେ ପୋତି ଦେଇଥିଲେ ସ୍ତ୍ରୀ, ତା’ପରେ କ’ଣ ହେଲା ଜାଣନ୍ତୁ?

ଶାହାଜାହନ୍‌ପୁର : ଉତ୍ତରପ୍ରଦେଶର ଶାହାଜାହାନ୍‌ପୁର୍‌ରୁ ଏକ ଲଜ୍ଜାଜନକ ଘଟଣା ଘଟିଥିବାର ଖବର ସାମ୍ନାକୁ ଆସିଛି । ପ୍ରେମରେ ଅନ୍ଧ ହୋଇ ଜଣେ ମହିଳା ନିଜ ସ୍ୱାମୀକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଖାଲି ସେତିକି ନୁହଁ, ସ୍ୱାମୀର ମୃତଦେହକୁ ଘରର ଅଗଣାରେ ପୋତି ତା’ଉପରେ ପ୍ଲାଷ୍ଟର କରିଥିଲେ ଅଭିଯୁକ୍ତ ମହିଳା ଏବଂ ତାଙ୍କ ପ୍ରେମିକ । କାହାର ଯେମିତି ସନ୍ଦେହ ନ ହୁଏ ସେଥି ପାଇଁ ପୁଲିସ ଷ୍ଟେସନ ଯାଇ ସ୍ୱାମୀ ନିଖୋଜ ଥିବା ଅଭିଯୋଗ କରିଥିଲେ ସ୍ତ୍ରୀ । କିନ୍ତୁ ତାଙ୍କୁ ଜଣା ନ ଥିଲା ସତ ଯେତେ ଲୁଚାଇଲେ ମଧ୍ୟ ଲୁଚି ରହେନା । ତଦନ୍ତ ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିବା ପରେ ପୁଲିସ ଅଭିଯୁକ୍ତ ମହିଳା,ତାଙ୍କ ପ୍ରେମିକ ଏବଂ ତାଙ୍କର ଜଣେ ସହଯୋଗୀଙ୍କୁ ଗିରଫ କରିଥିବା ଜଣା ପଡ଼ିଛି ।

hindi.oneindia.com

ସୂଚନା ମୁତାବକ, ମୃତ ସ୍ୱାମୀ ଏକ ସ୍କୁଲରେ ପ୍ରିନ୍ସିପାଲ ଥିବା ବେଳେ ଯିବା ଆସିବାରେ ଅସୁବିଧା ହେବାରୁ ସେ ପୂର୍ବ ପ୍ରିନ୍ସିପାଲଙ୍କ ଘରେ ଭଡ଼ା ରହିଥିଲେ । ଉଭୟ ସ୍ୱାମୀ-ସ୍ତ୍ରୀ ଏବଂ ତାଙ୍କର ଦୁଇଟି ପିଲା ଆସି ପୂର୍ବ ପ୍ରିନ୍ସିପାଲଙ୍କ ଘରେ ଭଡ଼ା ରହିବା ସହ କିଛି ଦିନ ମଧ୍ୟରେ ପୂର୍ବ ପ୍ରିନ୍ସିପାଲଙ୍କ ପୁଅ ସହ ଅଭିଯୁକ୍ତ ମହିଳାଙ୍କର ପ୍ରେମ ସଂପର୍କ ଆରମ୍ଭ ହୋଇ ଯାଇଥିଲା । ଦୁଇ ଜଣ ବିବାହ କରିବା ପାଇଁ ମନସ୍ଥ କରିବା ପରେ ଅଭିଯୁକ୍ତ ମହିଳାଙ୍କ ସ୍ୱାମୀ ବାଧକ ସାଜୁଥିବାରୁ ଦୁଇ ଜଣ ତାଙ୍କୁ ମାରିବାର ଯୋଜନା କରିଥିଲେ । ଜାନୁଆରୀ୨୪ରେ ଘରେ କେହି ନ ଥିବା ବେଳେ ଅଭିଯୁକ୍ତ ମହିଳା,ତାଙ୍କ ପ୍ରେମୀ ଏବଂ ତାଙ୍କର ଜଣେ ସାଥୀ ମିଶି ସ୍ୱାମୀ ପ୍ରଭାକରଣଙ୍କୁ ହତ୍ୟା କରିଥିଲେ । ହତ୍ୟା ପରେ ଘରର ଅଗଣାରେ ମୃତଦେହକୁ ପୋତିବା ସହ ମୃତଦେହଟି ଯେମିତି ଶୀଘ୍ର ସଢ଼ିଯିବ ସେଥିପାଇଁ ସେଥିରେ ଲୁଣ ମିଶାଇଥିଲେ । ଅନ୍ୟ ପକ୍ଷରେ ଧରା ନ ପଡ଼ିବା ପାଇଁ ଅଭିଯୁକ୍ତ ମହିଳା ପ୍ରଭାକରଣଙ୍କ ନିଖୋଜ ହେବାର ଅଭିଯୋଗ କରିଥିଲେ । ଅଭିଯୁକ୍ତ ମହିଳାଙ୍କ କଥାବାର୍ତ୍ତା ଉପରେ ସନ୍ଦେହ କରି ପୁଲିସ ତଦନ୍ତ କରିବା ପରେ ପୂର୍ବ ପ୍ରିନ୍ସିପାଲଙ୍କ ପୁଅ ସହ ତାଙ୍କର ଅବୈଧ ସଂପର୍କ ଥିବା ଜଣା ପଡ଼ିଥିଲା । ଅବୈଧ ସଂପର୍କକୁ ନେଇ ପୁଲିସ ପୂର୍ବ ପ୍ରିନ୍ସିପାଲଙ୍କ ପୁଅକୁ ଗିରଫ କରି ପଚରାଉଚରା କରିବା ପରେ ସତ ସାମ୍ନାକୁ ଆସିଥିଲା ।

ସମ୍ବନ୍ଧିତ ଖବର