ହତ୍ୟା ପରେ ଫ୍ରିଜରେ ଥିବା ଶ୍ରଦ୍ଧାଙ୍କ କଟା ମୁଣ୍ଡକୁ ପ୍ରତିଦିନ ଦେଖୁଥିଲା ଅଫତାବ

ନୂଆଦିଲ୍ଲୀ: ଶ୍ରଦ୍ଧା ୱାକରଙ୍କ ନିର୍ମମ ହତ୍ୟା ମାମଲାରେ ଜେଲରେ ବନ୍ଦୀ ଥିବା ପ୍ରେମିକ ଅଫତାବ ପୁନାୱାଲା ସବୁଠାରୁ ବଡ ଖୁଲାସା କରିଛନ୍ତି। ପୁଲିସ ସୂତ୍ରରୁ ପ୍ରକାଶ ଯେ, ଅଫତାବ ସେହି କୋଠରୀରେ ଶୋଉଥିଲେ ଯେଉଁଠାରେ ସେ ଶ୍ରଦ୍ଧାଙ୍କ ଶରୀରକୁ ୩୫ଖଣ୍ଡ କରି କାଟି ଦେଇଥିଲେ। କେବଳ ଏତିକି ନୁହେଁ, ସେ ଶ୍ରଦ୍ଧାଙ୍କ କଟା ମୁଣ୍ଡକୁ ଫ୍ରିଜରେ ରଖି ପ୍ରତିଦିନ କାମରୁ ଫେରି ଦେଖୁଥିଲେ ବୋଲି ପୁଲିସ ଆଗରେ ସ୍ବୀକାର କରିଥିଲେ।

ଶ୍ରଦ୍ଧା ୱାକର ହତ୍ୟା ମାମଲାର ଯାଞ୍ଚ କରୁଥିବା ଦିଲ୍ଲୀ ପୁଲିସ ବର୍ତ୍ତମାନ ହତ୍ୟାକାଣ୍ଡର ଷଡଯନ୍ତ୍ରର ଏକ ଅଂଶ ଭାବରେ ଅଭିଯୁକ୍ତ ଅଫତାବ ପୁନାୱାଲା ଦିଲ୍ଲୀର ଛତ୍ରପୁରରେ ଏକ ଫ୍ଲାଟ ଭଡା ନେଇଥିଲେ କି? ବୋଲି ଜାଣିବା ପାଇଁ ଯାଞ୍ଚ କରୁଛି। ଶ୍ରଦ୍ଧା ୱାକର, ଏବେ ଏହି ନାଁକୁ ନେଇ ସାରା ଦେଶରେ ଚର୍ଚ୍ଚା। ପ୍ରେମ କରିଥିବା ମଣିଷ ପାଇଁ ବାପା-ମା’ଙ୍କୁ ବି ପର କରିଦେଇଥିଲେ ଶ୍ରଦ୍ଧା। ଘର ଛାଡ଼ି ପ୍ରେମିକ ସହ ବିବାହ କରିବେ ଏବଂ ସୁଖର ସଂସାର ଗଢ଼ିବାର ସ୍ବପ୍ନ ଶ୍ରଦ୍ଧା ଦେଖିଥିଲେ। ହେଲେ ତାଙ୍କୁ ଜଣାନଥିଲା ତାଙ୍କ ମନର ମଣିଷ ହିଁ ତାଙ୍କୁ ଆରପାରିକୁ ପଠାଇବ। ଦିଲ୍ଲୀରେ ମେ’ ମାସରେ ହୋଇଥିବା ହତ୍ୟାକାଣ୍ଡର ଆଜି ପର୍ଦ୍ଦାଫାଶ ହୋଇଛି। ଶ୍ରଦ୍ଧା ୱାକରଙ୍କୁ ତାଙ୍କ ପ୍ରେମିକ ଅଫ୍‌ତାବ ଅମୀନ୍‌ ପୁନାୱାଲ୍ଲା ହତ୍ୟା କରିବା ଏବଂ ତାଙ୍କ ଶରୀରକୁ ୩୫ଖଣ୍ଡ କରି ଫିଙ୍ଗିଦେବା ଘଟଣା ସାରା ଦେଶକୁ ସ୍ତବ୍ଧ କରିଛି।

ପ୍ରତି ଘଣ୍ଟାକରେ ଏହି ଘଟଣାକୁ ନେଇ ନୁଆ ନୂଆ ତଥ୍ୟ ସାମ୍ନାକୁ ଆସୁଥିବା ବେଳେ ଭଲପାଉଥିବା ମଣିଷକୁ ଏଭଳି ନୃଶଂସ ଭାବେ ଅଫତାବ କିଭଳି ହତ୍ୟା କଲା, ସେ ପ୍ରଶ୍ନ ଏବେ ସାରା ଦେଶବାସୀଙ୍କ ମନରେ ଉଠୁଛି।

ସମ୍ବନ୍ଧିତ ଖବର