ମା’କୁ ଅପହରଣ, ଧରମ ପୁଅ ଗିରଫ

ଭୁବନେଶ୍ୱର: ଧରମ ମା’କୁ ଅପହରଣ କରିବା ଅଭିଯୋଗ‌ରେ ଲକ୍ଷ୍ମୀସାଗର ଥାନା ପୁଲିସ ଜଣେ ଯୁବକକୁ ଗିରଫ କରିଛି। ତା’ଠାରୁ ଏକ କାର ଜବତ କରାଯାଇଛି। ମାତ୍ର ଅପହୃତା ମହିଳାଙ୍କ ପତ୍ତା ପାଇନାହିଁ ପୁଲିସ। ଲକ୍ଷ୍ମୀସାଗର ଅଞ୍ଚଳରେ ଜଣେ ସନ୍ନ୍ୟାସୀ ପରିବାର ସହ ରହୁଥିଲେ। ଗିରଫ ଯୁବକ ବିଶ୍ବ ମହାନ୍ତି ସନ୍ନ୍ୟାସୀଙ୍କ ନିକଟକୁ ଜ୍ୟୋତିଷ ବିଦ୍ୟା ଶିଖିବାକୁ ଆସୁଥିଲା। ଏହା ଭିତରେ ସେ ତାଙ୍କ ପରିବାର ଘନିଷ୍ଠ ହୋଇଯାଇଥିଲା। ସନ୍ନ୍ୟାସୀ ମଧ୍ୟ ତାଙ୍କୁ ଧରମ ପୁଅ କରିଥିଲେ। ଏହାର ସୁଯୋଗ ନେଇ ବିଶ୍ବ ସନ୍ନ୍ୟାସୀଙ୍କ ସ୍ତ୍ରୀ ଓ ତାଙ୍କ କାର୍‌ ନେଇ ଫେରାର ହୋଇଯାଇଥିଲା। ଏନେଇ ସନ୍ନ୍ୟାସୀ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଚଢ଼ଉ କରି ବିଶ୍ବକୁ ଗିରଫ କରିବା ସହ କାର୍‌କୁ ଜବତ କରିଛି। ଅଭିଯୁକ୍ତକୁ ପଚରା ଉଚରା ଚାଲିଛି।

ସମ୍ବନ୍ଧିତ ଖବର