ସୋର: ସ୍ତ୍ରୀର ତଣ୍ଟିକାଟି ହତ୍ୟା କରିବା ପରେ ନିଜ ତଣ୍ଟି କାଟୁଥିବା ବେଳେ ପୁଲିସ ହାତରେ ଧରାପଡ଼ିଲା ସ୍ୱାମୀ

ସୋର: ଶନିବାର ସକାଳେ ସୋର ମ୍ୟୁନିସିପାଲିଟି ଅନ୍ତର୍ଗତ ପାର୍‌ ମହଲାର ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କ ତଣ୍ଟି କାଟି ହତ୍ୟା କରିବା ପରେ ନିଜ ତଣ୍ଟି କାଟୁଥିବା ସମୟରେ ପୁଲିସ ହାତରେ ଧରାପଡ଼ିଛନ୍ତି।

ଅଭିଯୁକ୍ତ ଶେକ୍‌ ମଣ୍ଟୁ ବଡ଼ି ଭୋର୍‌ ସମୟରେ ନିଜ ଘରେ ପତ୍ନୀ ବେବି ଖାତୁନଙ୍କ ତଣ୍ଟି ଛୁରିରେ କାଟି ହତ୍ୟା କରିବା ପରେ ଘର ଠାରୁ ଏକ କିଲୋମିଟର ଦୂର ଅଡ଼ଙ୍ଗ ବଜାରସ୍ଥିତ ଏକ ପୀର ପୀଠରେ ନିଜ ତଣ୍ଟି କାଟୁଥିଲେ। ଏ କଥା ଦେଖି ସେଠାରେ ଥିବା ଲୋକେ ତୁରନ୍ତ ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ଆଇଆଇସି କ୍ଷମାସାଗର ପଣ୍ଡା ବହୁ କଷ୍ଟରେ ଶେକ୍‌ ମଣ୍ଟୁକୁ କାବୁ କରିଥିଲେ। ଚିକିତ୍ସା ପାଇଁ ତାଙ୍କୁ ପ୍ରଥମେ ସୋର ଡାକ୍ତରଖାନା ନିଆଯାଇଥିଲା। ସେଠାରୁ ତାଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେବା ପରେ ପୁଣି କଟକ ବଡ଼ ମେଡିକାଲ୍‌କୁ ସ୍ଥାନାନ୍ତର କରାଯାଇଛି।

ହତ୍ୟା ଓ ଆତ୍ମହତ୍ୟାର କାରଣ ଏ ପର୍ଯ୍ୟନ୍ତ ଜଣା ପଡ଼ିନାହିଁ।

ସମ୍ବନ୍ଧିତ ଖବର