ଫେସ୍‌ବୁକ୍‌ରେ ମହିଳାଙ୍କୁ ବ୍ଲାକ୍ ମେଲ୍, ଶିକ୍ଷକ ଗିରଫ

ଚନ୍ଦ୍ରଶେଖରପୁର: ମହିଳାଙ୍କୁ ଫେସ୍‌ବୁକ୍‌ରେ ବ୍ଲାକ୍‌ମେଲ୍ କରିବା ଅଭିଯୋଗରେ ଚନ୍ଦ୍ରଶେଖରପୁର ଥାନା ପୁଲିସ ଆଜି ସନ୍ଧ୍ୟାରେ ଜଣେ ଶିକ୍ଷକଙ୍କୁ ଗିରଫ କରିଛି। ସେ ହେଲେ ପ୍ରମୋଦ କୁମାର ବେହାରା। ସେ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଶିକ୍ଷକତା କରନ୍ତି। ସେ ୩ବର୍ଷ ଧରି ଶୈଳଶ୍ରୀବିହାରର ଜଣେ ଛାତ୍ରଙ୍କ ଘରକୁ ଯାଇ ପାଠ ପଢ଼ାଉଥିବା ବେଳେ ତାଙ୍କ ମା’ଙ୍କର ବିଭିନ୍ନ ଫଟୋ ଉଠାଇଥିଲେ। ପରିବାର ଲୋକ ପ୍ରମୋଦଙ୍କ ଏପରି କାର୍ଯ୍ୟକଳାପରେ ଅତିଷ୍ଠ ହୋଇ ତାଙ୍କୁ ଘରକୁ ନ ଆସିବାକୁ କହିବାରୁ ସେ ମହିଳାଙ୍କ ଫଟୋରେ ଏକ ଫେକ୍ ଫେସ୍‌ବୁକ୍‌ ଆଇଡି ଖୋଲି ତାଙ୍କ ଫଟୋ ଅପ୍‌ଲୋଡ୍‌ କରିଥିଲେ। ପରେ ସେଥିରେ ଅଶ୍ଳୀଳ ଫଟୋ ଓ ଭିଡିଓ ଛାଡ଼ି ବ୍ଲାକ୍‌ମେଲ୍‌ କରୁଥିଲେ। ଏ ନେଇ ମହିଳା ଜଣଙ୍କ ଆଜି ସନ୍ଧ୍ୟାରେ ପ୍ରମୋଦଙ୍କ ନାଁରେ ଥାନାରେ ଅଭିଯୋଗ କରିଥିଲେ। ପୁଲିସ୍ ଅଭିଯୋଗକୁ ଭିତ୍ତିକରି ବିଳମ୍ବିତ ରାତିରେ ତାଙ୍କୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର