ଗରିବ ପିଲାଙ୍କୁ ପ୍ରଲୋଭିତ କରି ଧର୍ମ ପରିବର୍ତ୍ତନ ଉଦ୍ୟମ ମହଙ୍ଗା ପଡ଼ିଲା: ୯ ଅଭିଯୁକ୍ତ ଗିରଫ

ହାଇଦ୍ରାବାଦ୍‌: ହାଇଦ୍ରାବାଦରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଗରିବ ଶିଶୁଙ୍କୁ ପ୍ରଲୋଭିତ କରି ଇସ୍‌ଲାମ ଧର୍ମ ଗ୍ରହଣ କରାଉଥିବା ତେଲେଙ୍ଗାନାର ୯ ଜଣ ଅଭିଯୁକ୍ତଙ୍କୁ ପୁଲିସ୍‌ ଗିରଫ କରିଛି।

ଏହି ୯ ଜଣ ଅଭିଯୁକ୍ତ ତେଲେଙ୍ଗାନାର ଏକ ଆଦିବାସୀ ଅଞ୍ଚଳରୁ ଗରିବ ଶିଶୁମାନଙ୍କ ବାପାମାଆଙ୍କୁ ମିଛ କହି ତାଙ୍କ ପିଲାଙ୍କୁ ଭଲ ଶିକ୍ଷା ଓ ଭରଣପୋଷଣ ଦେବେ ବୋଲି ପ୍ରତିଶ୍ରୁତି ଦେଇ ଏକ ଆଶ୍ରମକୁ ନେଇ ଆସିଥିଲେ। ‘ପିସ୍‌ ଏଜୁକେସ୍‌ନାଲ୍‌ ସୋସାଇଟି’ ନାମରେ ଥିବା ଏକ ଅନାଥ ଆଶ୍ରମରେ ସେମାନେ ଏପରି ଘୃଣ୍ୟ କାର୍ଯ୍ୟ କରୁଥିବା ଜଣାପଡ଼ିବା ପରେ ଏହି ଆଶ୍ରମ ବିରୋଧରେ ମାମଲା ରୁଜୁ ହୋଇଛି। ଏଠାରେ ଜଣାଇ ଦେଉଛୁକି ଏହି ଅନାଥ ଆଶ୍ରମଟି ଆଇନଗତ ଭାବେ ପଞ୍ଜିକୃତ ନୁହେଁ।

ଦୁର୍ବୃତ୍ତମାନେ ୭ ଜଣ ଝିଅ ସମେତ ସମୁଦାୟ ୧୭ ଜଣ ଶିଶୁଙ୍କୁ ‘ପିସ୍‌ ଏଜୁକେସ୍‌ନାଲ୍‌ ସୋସାଇଟି’ ଅନାଥ ଆଶ୍ରମକୁ ଆଣି ସେମାନଙ୍କୁ ବଳପୂର୍ବକ ଭାବେ ଇସ୍‌ଲାମ ଧର୍ମ ଗ୍ରହଣ କରିବା ପାଇଁ ଚାପ ପକାଯାଉଥିଲେ। ଏପରିକି ସେମାନେ ଶିଶୁମାନଙ୍କ ନାମ ମଧ୍ୟ ବଦଳାଇ ଦେଇଥିଲେ।

ସେହି ଅନାଥ ଆଶ୍ରମରେ କାର୍ଯ୍ୟ କରୁଥିବା ୯ ଜଣ କର୍ମାଚାରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ମୁଖ୍ୟ ଅଭିଯୁକ୍ତ ମହମ୍ମଦ ସିଦ୍ଧିକ ଆଲିୟାଜେ୍‌ ସତ୍ୟନାରାୟଣଙ୍କୁ ପୁଲିସ୍‌ ଚିହ୍ନଟ କରିଛି। ସେ ନିଜେ ୨୦୦୩ କିମ୍ବା ୨୦୦୪ରେ ଇସ୍‌ଲାମ ଧର୍ମକୁ ଧର୍ମାନ୍ତର ହେବା ପରେ ଓ୍ଵାରଙ୍ଗଲ୍‌ଠାରେ ଏହି ଅନାଥ ଆଶ୍ରମ ଖୋଲିଛନ୍ତିି। ଗତବର୍ଷଠାରେୁ ସେ ହାଇଦ୍ରାବାଦ୍‌ରେ ଏକ ହଷ୍ଟେଲ୍‌ ଥିବା ସ୍କୁଲ୍‌ ଚଳାଉଛନ୍ତି।

ସମ୍ବନ୍ଧିତ ଖବର