ଗଣଦୁଷ୍କର୍ମ କରି ଗଛରେ ଝୁଲାଇ ଦେବା ଘଟଣା: ୪ଜଣଙ୍କ ମଧ୍ୟରୁ ପୁଲିସ ନିକଟରେ ଆତ୍ମସମର୍ପଣ କଲେ ୩ ଅଭିଯୁକ୍ତ

ଗାନ୍ଧିନଗର: କିଛି ଦିନ ତଳେ ଗୁଜୁରାଟର ମୋଡାସା ଅଞ୍ଚଳରେ ଜଣେ ୧୯ବର୍ଷୀୟା ପୀଡ଼ିତାଙ୍କ ସହ ଗଣଦୁଷ୍କର୍ମ କରି ହତ୍ୟା କରାଯାଇଥିବା ଘଟଣା ସାମ୍ନାକୁ ଆସିଥିଲା। ଘଟଣାରେ ୪ଜଣ ସଂପୃକ୍ତ ଥିବା ଖବର ମିଳିଥିବା ବେଳେ ପୁଲିସ ୪ଜଣଙ୍କ ବିରୋଧରେ ଏତଲା କରି ସେମାନଙ୍କୁ ଖୋଜିବା ଆରମ୍ଭ କରିଥିଲା। ଏବେ ସେହି ଘଟଣାକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ୪ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୩ଜଣ ପୁଲିସ ଆଗରେ ଆତ୍ମସମର୍ପଣ କରିଛନ୍ତି। ମୃତଦେହ ମିଳିବାର ସପ୍ତାହକ ପରେ ଅଭିଯୁକ୍ତମାନେ ଆତ୍ମସମର୍ପଣ କରିଛନ୍ତି। ପୂର୍ବରୁ ପୁଲିସ ୪ଜଣ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିଥିଲା। ସେମାନଙ୍କ ନାଁ ବିମଲ, ଦର୍ଶନ, ସତିଶ, ଏବଂ ଜିଗର ବୋଲି ଜଣାପଡ଼ିଛି।

timesnownews.com

ସୂଚନା ମୁତାବକ, ଡିସେମ୍ବର ୩୧ରେ ବିମଲ ପୀଡ଼ିତାଙ୍କୁ ନିଜର ଆଇ୨୦ କାରରେ ବସାଇ ନେଇଯିବା ସହ ମୁଁ ତୁମ ଝିଅକୁ ଅପହରଣ କରୁଛି, ଯାହା କରିବା କଥା କର ବୋଲି ପରିବାର ଲୋକଙ୍କୁ କହି ସେଠାରୁ ଚାଲି ଯାଇଥିଲା। ଏହା ପରେ ପୀଡ଼ିତାଙ୍କ ପରିବାର ଲୋକେ ପୁଲିସରେ ଅଭିଯୋଗ କରିଥି‌ଲେ ମଧ୍ୟ ଏହାକୁ ପ୍ରେମ ବ୍ୟାପାର ବୋଲି କହି, କିଛି ଦିନ ପରେ ତୁମ ଝିଅ ବିବାହ ପ୍ରମାଣପତ୍ର ଧରି ତୁମ ପାଖରେ ପହଞ୍ଚିଯିବ। ଚିନ୍ତା କର ନାହିଁ ବୋଲି କହି ପୁଲିସ ପୀଡ଼ିତାଙ୍କ ପରିବାର ଲୋକଙ୍କ ଅଭିଯୋଗକୁ ଗୁରୁତ୍ବ ଦେଇ ନ ଥିଲା। ପୁଲିସ ଏଭଳି ଅଣଦେଖ‌ା କରିବା ପରେ ଜାନୁଆରି ୫ରେ ପାଖ ମନ୍ଦିରର ଜଣେ ପୂଜାରୀ ପୀଡ଼ିତାଙ୍କ ଝୁଲନ୍ତା ମୃତଦେହ ଦେଖି ଗାଁ ଲୋକଙ୍କୁ ଖବର ଦେଇଥିଲେ, ଯାହା ପରେ ପୁଲିସ ପାଖରେ ଖବର ପହଞ୍ଚିଥିଲା।

ସମ୍ବନ୍ଧିତ ଖବର