ତିନି ବର୍ଷ ଶିଶୁର କାନ୍ଦ ପାଇଁ ମୃତ୍ୟୁ ମୁଖରୁ ଫେରି ଆସିଲା ମା’

ମୁମ୍ବାଇ: ତିନି ବର୍ଷର ଶିଶୁ ତାର ମା’ର ଜୀବନ ବଞ୍ଚାଇ ଥିବା ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି। ମା’ ଫାଶୀ ଦେବାକୁ ଯାଉଥିବା ବେଳେ ଶିଶୁଟି ଜୋରଜୋରରେ ରାହା ଧରି କାନ୍ଦିବାକୁ ଲାଗିଥିଲା। ଶିଶୁର କାନ୍ଦ ସ୍ୱର ଶୁଣି ପଡ଼ିଶା ଘରରୁ ଲୋକେ ଦୌଡ଼ି ଆସିଥିଲେ। କବାଟ ଭିତର ପଟରୁ ବନ୍ଦ ଥିବାରୁ ସେମାନେ ପୁଲିସକୁ ଖବର ଦେଇଥିଲେ। ପୁଲିସ ଓ ଅଗ୍ନିଶମ ବିଭାଗର କର୍ମଚାରୀ ସମୟ ଥାଉଥାଉ ଘଟଣାସ୍ଥଳରେ ପହଞ୍ଚି ଶିଶୁର ମା’ଙ୍କୁ ଫାଶୀରୁ କାଢ଼ି ସଙ୍ଗେସଙ୍ଗେ ଡାକ୍ତରଖାନା ନେଇଯାଇଥିଲେ। ସୌଭାଗ୍ୟବଶତଃ ମହିଳାଙ୍କ ଜୀବନ ବଞ୍ଚି ଯାଇଛି।

Hang Him Not Leave Him

ଏଭଳି ଘଟଣା ମହାରାଷ୍ଟ୍ରର ନଭି ମୁମ୍ବାଇରେ ଘଟିଛି। ଗତ ଗୁରୁବାର ରାତି ୯ ଟା ସମୟରେ ନଭି ମୁମ୍ବାଇ ପୁଲିସ କଣ୍ଟ୍ରୋଲ ରୁମକୁ ଏକ ଫୋନ୍‌ ଆସିଥିଲା। ଏହି ଫୋନ୍‌ ଜରିଆରେ ଏକ ଫ୍ଲାଟରୁ ପିଲାଟିର କାନ୍ଦିବାର ଶବ୍ଦ ଶୁଣାଯାଉଛି ବୋଲି କିଛିଲୋକ ପୁଲିସକୁ ଜଣାଇଥିଲେ। କଣ୍ଟ୍ରୋଲ୍‌ ରୁମକୁ ସୂଚନା ମିଳିବା ପରେ ଏନଆରଆଇ ସାଗରି ଥାନା ପୁଲିସକୁ ସୂଚନା ଦିଆଯାଇଥିଲା। ଏସଆଇ ମାଧବ ଇଂଗଲେ ଅଗ୍ନିଶମ ବିଭାଗ କର୍ମଚାରୀଙ୍କୁ ସୂଚନା ଦେଇ କନଷ୍ଟେବଳ ସ୍ୱରା ଏବଂ କୱାଥେଙ୍କ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ।

From being a mom to becoming a friend: How the relationship ...
Times of India

ପୁଲିସ ସୂତ୍ରରୁ ପ୍ରକାଶ, ଘଟଣାସ୍ଥଳରେ ପହଞ୍ଚିବା ପରେ ଫ୍ଲାଟ କବାଟ ଭିତରୁ ତାଲା ବନ୍ଦ ଥିଲା। ଆଉ ଭିତର ପଟୁ ଶିଶୁର କାନ୍ଦ ସ୍ୱର ଶୁଣାଯାଉଥିବାରୁ ଶିଶୁଟି ଭିତରେ ଏକୁଟିଆ ଥିବା ସନ୍ଦେହ ହୋଇଥିଲା। ଏହାପରେ କବାଟ ଭଙ୍ଗା ଯାଇଥିଲା। ଶିଶୁକୁ ଘରୁ ଉଦ୍ଧାର କରିବା ପରେ ସେ ବାରମ୍ବାର ଶୋଇବା ଘର ଆଡକୁ ଚାହିଁ ଜୋରଜୋରରେ କାନ୍ଦିବାକୁ ଲାଗିଥିଲା। ପୁଲିସ ଏହାପରେ ଶୋଇବା ଘରର କବାଟ ଭାଙ୍ଗି ଥିଲା। ଶୋଇବା ଘର ଭିତରେ ଥିବା ଫଙ୍ଖାରେ ମହିଳା ଝୁଲୁଥିବାର ଦେଖିବାକୁ ମିଳିଥିଲା। ସଙ୍ଗେସଙ୍ଗେ ପୁଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ମହିଳାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଚିକିତ୍ସା ପରେ ମହିଳାଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ରହିଥିବା ଡାକ୍ତରଙ୍କ ସୂତ୍ରରୁ ପ୍ରକାଶ।

ମହିଳାଙ୍କ ସ୍ୱାମୀ ମୁମ୍ବାଇରେ କାମ କରନ୍ତି। ତେବେ ତିନି ବର୍ଷ ଶିଶୁର ମା’ ଜଣକ କାହିଁକି ଏପରି ପଦକ୍ଷେପ ନେଇଥିଲେ ସେ ନେଇ ପୁଲିସ ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର