୩ବର୍ଷୀୟ ଶିଶୁକୁ ମା’ କୋଳରୁ ଟେକି ନେଇ ଦୁଷ୍କର୍ମ ଓ ପରେ ମୁଣ୍ଡ କାଟ କଲେ ଅଭିଯୁକ୍ତ

ଜାମସେଦ୍‌ପୁର : ଝାଡ଼ଖଣ୍ଡର ଜାମସେଦ୍‌ପୁରରେ ଏକ ହୃଦୟ ଥରାଇଦେବା ଭଳି ଘଟଣା ଘଟିଛି । ଟାଟାନଗର ରେଳ ଷ୍ଟେସନରୁ ଜଣେ ୩ବର୍ଷୀୟ ଶିଶୁକୁ ଦୁଇ ଅଭିଯୁକ୍ତ ଟେକି ନେଇ ଗଣଦୁଷ୍କର୍ମ କରିବା ଓ ପରେ ଶିଶୁର ମୁଣ୍ଡକାଟି ଫିଙ୍ଗିଦେବା ଖବର ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ନିଖୋଜ ହେବାର ୫ଦିନ ପରେ ଶିଶୁର ମୃତଦେହ ପଲିଥିନ ବ୍ୟାଗ୍‌ ଭିତରୁ ମିଳିଥିଲା । ତେବେ ସିସିଟିଭି ଯାଞ୍ଚ କରି ପୁଲିସ ବୁଧବାର ଦୁଇ ଅଭିଯୁକ୍ତଙ୍କ ସମେତ ୩ଜଣଙ୍କୁ ଗିରଫ କରିଥିବା ଜଣା ପଡ଼ିଛି ।

Deccan Herald

ସୂଚନା ମୁତାବକ, ସିସିଟିଭିରେ ନଜର ଆସୁଥିବା ମୁଖ୍ୟ ଅଭିଯୁକ୍ତ ରିଙ୍କୁ ସାହୁ ୨୦୧୫ରେ ଏକ ଶିଶୁକୁ ଅପହରଣ କରି ହତ୍ୟା ଉଦ୍ୟମ କରିଥିବାରୁ ଜେଲ୍‌ ଯାଇଥିଲା । ଜେଲ୍‌ରୁ ଫେରିବା ପରେ ସେ ଟାଟାନଗର ରେଳ ଷ୍ଟେସନରୁ ପୀଡ଼ିତାଙ୍କୁ ଶୋଇଥିବା ଅବସ୍ଥାରେ ଟେକି ଆଣିଥିଲେ । ଏହା ପରେ ଅନ୍ୟ ଅଭିଯୁକ୍ତ ସହ ମିଶି ପୀଡ଼ିତାଙ୍କ ସହ ଦୁଷ୍କର୍ମ କରିବା ପରେ ଗଳା କାଟି ଫିଙ୍ଗି ଦେଇଥିଲେ । ତେବେ ପୁଲିସ ମୁଖ୍ୟ ଅଭଯୁକ୍ତକୁ ଚିହ୍ନଟ କରି ସାରିବା ପରେ ପୀଡ଼ିତାଙ୍କ ମା’ ନିଜ ପ୍ରେମିକଙ୍କ ସଂପୃକ୍ତି ନେଇ ପୁଲିସକୁ ଜଣାଇଥିଲେ । ଯାହା ପରେ ପୁଲିସ ଦୁଇ ମୁଖ୍ୟ ଅଭଯୁକ୍ତଙ୍କ ସମେତ ପୀଡ଼ିତାଙ୍କ ମା’ଙ୍କ ପ୍ରେମିକକୁ ମଧ୍ୟ ଗିରଫ କରିଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର