ଚେନ୍ନାଇ: ଚେନ୍ନାଇରେ ବସବାସ କରୁଥିବା ଜଣେ ୨୩ବର୍ଷୀୟ ଟଲିଉଡ୍ ଅଭିନେତ୍ରୀ ଗଣଦୁଷ୍କର୍ମର ଶିକାର ହୋଇଥିବା ନେଇ ବୁଧବାର ପୁଲିସ ଷ୍ଟେସନ୍ରେ ଅଭିଯୋଗ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଅଭିନେତ୍ରୀ ପୁଲିସ ନିକଟରେ ଅଭିଯୋଗ କରି କହିଛନ୍ତି, ଜଣେ ସିନେ-ନିର୍ଦ୍ଦେଶକ ତାଙ୍କୁ ରୋଲ୍ ଦେବାକୁ କହିଥିଲେ। ଏଥିପାଇଁ ସେ ମୋର ଅଡିସନ୍ ନେବା ପାଇଁ କୁନ୍ଦରାଥୁର ଘରକୁ ଡାକିଥିଲେ। ଯେତେବେଳେ ମୁଁ ସେହି ଘରେ ପହଞ୍ଚିଥିଲି, ପୂର୍ବରୁ ସେଠାରେ ଥିବା ତିନିଜଣ ଯୁବକ ମୋତେ ବାନ୍ଧି ଦେଇଥିଲେ। ଏହାପରେ ଜଣକ ପରେ ଜଣେ ଆସି ମୋ ସହିିତ ଦୁଷ୍କର୍ମ କରିଥିଲେ। ଦୁଷ୍କର୍ମକାରୀ ଏହି ଘଟଣାର ସମ୍ପୂର୍ଣ୍ଣ ଦୃଶ୍ୟକୁ ନିଜନିଜ ମୋବାଇଲ କ୍ୟାମେରା କୈଦ୍ କରି ନେଇଥିଲେ। ଏହାପରେ ସେ ମୋତେ ଧମକ ଦେଇଥଲେ କି ଯଦି ଏହି ଘଟଣା ବିଷୟରେ କାହାକୁ କିଛି କହନ୍ତି, ଭିଡିଓକୁ ସୋସିଆଲ ମିଡିଆରେ ଭାଇରାଲ କରି ଦେବେ। କେବଳ ଏତିକି ନୁହେଁ ଦୁଷ୍କର୍ମ କରିବା ପରେ ମୋ ବେକରୁ ସୁନା ଚେନ୍ ଓ ୩ହଜାର ନଗଦ ଟଙ୍କା ଆଦି ଲୁଟି ନେଇଥିଲେ। ସୁନା ଚେନ୍ର ମୂଲ୍ୟ ୧.୨ଲକ୍ଷ ପାଖାପାଖି ହେବ।
ଅଭିନେତ୍ରୀଙ୍କ ଅଭିଯୋଗ କ୍ରମେ ପୁଲିସ ତିନିଜଣ ଦୁଷ୍କର୍ମକାରୀଙ୍କୁ ଧରିବା ପାଇଁ ଅନୁସନ୍ଧାନ ଆରମ୍ଭ କରି ଦେଇଛି। ଏହି ଘଟଣା ନେଇ ସିନେମା ନିର୍ମାତାଙ୍କ କୌଣସି ସମ୍ପର୍କ ଅଛି କି ନାହିଁ ସେଦିଗରେ ବି ଯାଞ୍ଚ ଆରମ୍ଭ କରିଛି ପୁଲିସ ।