ଗଞ୍ଜାମ: ବ୍ରହ୍ମପୁର ଏମକେସିଜିରେ ବାରମ୍ବାର ବିଦ୍ୟୁତ କାଟ୍ ଯୋଗୁ ମୋବାଇଲ୍ ଟର୍ଚ୍ଚରେ ଡାକ୍ତର ଚିକିତ୍ସା କରୁଥିବାର ଏକ ଦୃଶ୍ୟ ସାମ୍ନାକୁ ଆସିଛି। ଏଭଳି ଚିକିତ୍ସାର ଦୃଶ୍ୟ ମଙ୍ଗଳବାର ସକାଳ ପ୍ରାୟ ୮ଟା ସମୟରେ ଦେଖିବାକୁ ମିଳିଥିଲା ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ, ମଙ୍ଗଳବାର ସକାଳୁ ଏମକେସିଜିରେ ବାରମ୍ବାର ବିଦ୍ୟୁତ କାଟ ହୋଇଥିଲା। ଫଳରେ ଡାକ୍ତରଖାନାରେ ଅପେକ୍ଷା କରିଥିବା ରୋଗୀ ଗରମରେ ଡହଳ ବିକଳ ହେଉଥିଲେ । ଏହି ସମୟରେ ଡାକ୍ତରଖାନାକୁ ଡାକ୍ତର ଆସିଥିଲେ ସୁଦ୍ଧା ଚିକିତ୍ସା କରିପାରି ନଥିଲେ । ତେବେ କିଛି ସମୟ ଧରି ଅପେକ୍ଷା କରିବା ପରେ ବି ବିଜୁଳି ନ ଆସିବାରୁ ଡାକ୍ତର ବାଧ୍ୟ ହୋଇ ମୋବାଇଲ୍ ଟର୍ଚ୍ଚରେ ରୋଗୀ ଦେଖିବା ସହ ପ୍ରେସକ୍ରିପସନ୍ ଲେଖିଥିବା ଜଣାପଡ଼ିଛି।
ତେବେ ଡାକ୍ତରଖାନାରେ ବିଦ୍ୟୁ କାଟ୍ ହେବ ନାହିଁ ବୋଲି ସରକାରଙ୍କ କଡା ନିର୍ଦେଶ ଥିବା ବେଳେ ବ୍ରହ୍ମପୁର ବଡ ଡାକ୍ତରଖାନାରେ ବାରମ୍ବାର ପାୱାରକଟ୍ ହେଉଥିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଏପରି ଏକ ଘଟଣା ଉତ୍ତରପ୍ରଦେଶ ହରଦୋଇ ଜିଲ୍ଲାରେ ଦେଖିବାକୁ ମିଳିଥିଲା। ଜରୁରୀକାଳିନ ଚିକିତ୍ସା ପାଇଁ ଆସିଥିବା ଆହତ ଯୁବକଙ୍କ ଚିକିତ୍ସା ମୋବାଇଲ ଟର୍ଚ୍ଚ ଲାଇଟ୍ରେ କରାଯାଇଥିଲା। କାରଣ ତାଙ୍କୁ ଚିକିତ୍ସା କରାଯିବା ସମୟରେ ଡାକ୍ତରଖାନାରେ ବିଜୁଳି ନଥିଲା।