ଦାଦାବଟି ଆଦାୟ କରି ଦୁଇ ଗିରଫ

ଚନ୍ଦ୍ରଶେଖରପୁର: ନୀଳାଦ୍ରିବିହାର ଏଟିଏମ୍‌ ଛକରେ ଥିବା ଟୁ-ଲେଟ୍‌ କାର୍ଯ୍ୟାଳୟରେ ଗଣ୍ଡଗୋଳ କରି ଦାଦା ବଟି ଆଦାୟ କରୁଥିବା ଦୁଇ ଅଭିଯୁକ୍ତଙ୍କୁ ଆଜି ଚନ୍ଦ୍ରଶେଖରପୁର ଥାନା ପୁଲିସ୍‌ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ପ୍ରହଲ୍ଲାଦ ରାଉତ ଓ ମାନସ ମୋହନ ଦଳାଇ। ଦୁହେଁ ନୁଆପଲ୍ଲୀ ଅଞ୍ଚଳର ହୋଇଥିବା ବେଳେ ଏମାନଙ୍କ ମୁଖ୍ୟ ସହଯୋଗୀ ଫେରାର୍‌ ହୋଇଯାଇଛି। ବୁଧବାର ମନୋଜ ସାମନ୍ତରାୟ ନାମକ ଜଣେ ବ୍ୟବସାୟୀଙ୍କ କାର୍ଯ୍ୟାଳୟରେ ପଶି ଭଙ୍ଗାରୁଜାକରି ବଟି ଆଦାୟ କରୁଥିବା ଅଭିଯୋଗ ହୋଇଥିଲା। ଆଜି ଦୁଇ ଅଭିଯୁକ୍ତ ଗିରଫ ପରେ ପୁଲିସ ତୃତୀୟ ଜଣଙ୍କୁ ଖୋଜୁଛି।

ସମ୍ବନ୍ଧିତ ଖବର