ବୋଲେରୋରୁ ୬୪ କେଜି ଗଞ୍ଜେଇ ଜବତ, ଦୁଇ ଗିରଫ

ପାପଡାହାଣ୍ଡି /ମଇଦଲପୁର: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଥାନା ମଇଦଲପୁର ପୁଲିସ ରବିବାର ଏକ ବୋଲେରୋ (ଜେ ଏଚ ୧ଏଡି ୯୪୮୭)ରୁ ୬୪ କେଜି ୨୦୦ ଗ୍ରାମ ଗଂଜେଇ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ଯାହାଙ୍ଗୀର ଆଲାମ ଓ ଫିରୋଜ଼ ଆଲାମ ।  ଗଞ୍ଜେଇଧରି ମାଲକାନଗିରିରୁ ଝାରଖଣ୍ଡ ଯିବା ସମୟରେ ଖବର ପାଇ ଫାଣ୍ଡି ଅଧିକାରୀ ଅନାମ ଡିଆନ ଓ କର୍ମଚାରୀମାନେ ଫାଣ୍ଡି ସାମ୍ନାରେ ବୋଲେରୋକୁ ଧରିଥିଲେ । ଅତିରିକ୍ତ ତହସିଲଦାର ମଧୁ ମାଝୀ, ଏସ୍ଡିପିଓ ଆଦିତ୍ୟ ସେନ, ଆଇଆଇସି ସୁବେନ୍ଦୁ ଶବର, ମଇଦଲପୁର ପାଣ୍ଠି ଅଧିକାରୀ ଅନାମ ଦିଆନଙ୍କ ଉପସ୍ଥିତିରେ ଜବତ ଗଂଜେଇର ଓଜନ କରାଯାଇଥିଲା ।

ସମ୍ବନ୍ଧିତ ଖବର