ଭୁବନେଶ୍ବର : ଦୁଇ ବ୍ରାଉନ୍‌ସୁଗାର ବ୍ୟବସାୟୀ ଗିରଫ

ଭୁବନେଶ୍ବର : ସହିଦନଗର ଥାନା ପୁଲିସ ଓ କ୍ୟୁଏଟି ମିଳିତ ଚଢ଼ଉ କରି ୨ଜଣ ବ୍ରାଉନ୍‌ସୁଗାର ବ୍ୟବସାୟୀଙ୍କୁ ଗିରଫ କରିଛି। ସେମାନେ ହେଲେ ୟୁନିଟ୍‌-୯ ଅଞ୍ଚଳର ନୃସିଂହ ଚରଣ ନାୟକ(୩୪) ଓ ଖୋର୍ଦ୍ଧା ଗୁରୁଜଙ୍ଗ ଅଞ୍ଚଳର କୃଷ୍ଣଚନ୍ଦ୍ର ସାମନ୍ତରାୟ(୩୭)। ପୁଲିସ ସେମାନଙ୍କଠାରୁ ୩୦ଗ୍ରାମ ବ୍ରାଉନ୍‌ସୁଗାର, ୩୪ହଜାର ଟଙ୍କା ଓ ୨ଟି ବାଇକ୍‌ ଜବତ କରିଛି। ଜବତ ବ୍ରାଉନ୍‌ସୁଗାର୍‌ର ମୂଲ୍ୟ ୨ଲକ୍ଷ ଟଙ୍କାରୁ ଊର୍ଧ୍ବ ହେବ ବୋଲି ଅନୁମାନ କରାଯାଉଛି। ରବିବାର ରାତି ପ୍ରାୟ ୯ଟା ସମୟରେ ନୃସିଂହ ଓ କୃଷ୍ଣ ଶାନ୍ତିପଲ୍ଲୀ ବସ୍ତି ମହାବୀର ମନ୍ଦିର ନିକଟ ଏକ ନିଛାଟିଆ ସ୍ଥାନରେ ବ୍ରାଉନ୍‌ସୁଗାର କାରବାର କରୁଥିବା କ୍ୟୁଏଟି ଖବର ପାଇଥିଲା। ତୁରନ୍ତ ଘଟଣା ବିଷୟରେ ସହିଦନଗର ଥାନା ପୁଲିସକୁ ଜଣାଇଥିଲା। ଏହାପରେ ଉଭୟ ପୁଲିସର ଦୁଇଟି ଟିମ୍‌ ଚଢ଼ଉ କରିଥିଲେ। ପୁଲିସକୁ ଦେଖି ଉଭୟ ଫେରାର୍‌ ହେବାକୁ ଉଦ୍ୟମ କରିଥିଲେ। ହେଲେ ପୁଲିସ ଉଭୟଙ୍କୁ କାବୁ କରିଥିଲା। ସେମାନଙ୍କୁ ପଚରା ଉଚରା ପରେ ଆଜି କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର