ଉତ୍ତର ପ୍ରଦେଶ: ୟୁନିଫର୍ମ ମାପ ନେବା ପାଇଁ ଛାତ୍ରୀଙ୍କୁ ବିବସନା କରିଥିବା ଶିକ୍ଷକ ଗିରଫ

କନ୍ନୌଜ: ୟୁନିଫର୍ମର ମାପ ନେବା ଆଳରେ ଜଣେ ଅଷ୍ଟମ ଶ୍ରେଣୀର ଛାତ୍ରୀଙ୍କୁ ବିବସନା କରିଥିବା ଅଭିଯୋଗରେ ଉତ୍ତର ପ୍ରଦେଶର କନ୍ନୌଜ ଠାରେ ଥିବା ଏକ ସରକାରୀ ସ୍କୁଲ୍‌ର ଜଣେ ଶିକ୍ଷକ ଗିରଫ ହୋଇଛନ୍ତି।

ପୀଡ଼ିତାଙ୍କ ବାପାମାଆ ଥାନାରେ ଏତଲା ଦେବା ପରେ ଘଟଣା ସୋମବାର ଦିନ ପଦାକୁ ଆସିଛି। ପୀଡ଼ିତାଙ୍କ ବାପା ଅଭିଯୋଗ କରିଛନ୍ତି ଯେ ଅର୍ନ୍ତବାସ ସମେତ ସବୁ ପୋଷାକ ଓହ୍ଲାଇ ଦେବାକୁ ଶିକ୍ଷକ ତାଙ୍କ ଝିଅକୁ କହିଥିଲେ। ସେ କହିଛନ୍ତି, ପ୍ରଥମ ଦିନ ମୋ ଝିଅ ତା’ ମାଆକୁ କହିଲା ଯେ ୟୁନିଫର୍ମ ମାପ ନେବା ପାଇଁ ଶିକ୍ଷକ ତାକୁ ଅର୍ନ୍ତବାସ ସମେତ ସବୁ ପୋଷାକ ଖୋଲିଦେବାକୁ କହିଥିଲେ। ଏଥିରେ ଝିଅ କାନ୍ଦିବାରୁ ଶିକ୍ଷକ ଏ କଥା କାହାକୁ ନ କହିବାକୁ ତାକୁ କହିଲେ।

ଅଭିଯୋଗ ସତ ବୋଲି ସ୍କୁଲ୍‌ର ଅନ୍ୟ ପିଲାମାନେ କହିଛନ୍ତି ବୋଲି ପୁଲିସ କହୁଛି। ଏ ଘଟଣାରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଛି। ଶିକ୍ଷକ ଜଣକ ଏମିତି କରିବା ପ୍ରଥମ ଘଟଣା ନୁହେଁ ବୋଲି ସେ ସ୍କୁଲ୍‌ ଛାତ୍ରୀମାନେ କହିଛନ୍ତି। ସମ୍ପୃକ୍ତ ଶିକ୍ଷକଙ୍କୁ ଗିରଫ କରାଯାଇଥିବା କଥା ପୁଲିସ କହିଛି।

ସମ୍ବନ୍ଧିତ ଖବର