ଘର ଆଗରେ ହୋଲି ଖେଳିବାକୁ ମନା କରିବାରୁ ବୃଦ୍ଧାଙ୍କୁ ପିିଟି ପିଟି ହତ୍ୟା

ଏଟାୱା: ଉତ୍ତରପ୍ରଦେଶର ଏଟାୱାରେ ଘଟିଛି ଏକ ଅଭାବନୀୟ ଘଟଣା। ‌ଘର ଆଗରେ ହୋଇ ଖେଳିବାକୁ ମନା କରିବାରୁ ପିଟି ପିଟି ବୃଦ୍ଧାଙ୍କୁ ହତ୍ୟା କରିଛନ୍ତି କିଛି ଯୁବକ। ଘଟଣା ସମୟ‌ରେ ଅଭିଯୁକ୍ତମାନେ ନିଶାଗ୍ରସ୍ତ ଥିବା କହିଛି ପୁଲିସ। ବୃଦ୍ଧାଙ୍କ ମୃତ୍ୟୁ ହେବା ସହ ପରିବାରର ୫ଜଣ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି।

ପୁଲିସର କହିବା ମୁତାବକ, ୬୦ବର୍ଷୀୟ ବୃଦ୍ଧା ତାଙ୍କ ଘର ଆଗରେ ହୋଲି ଖେଳ ନାହିଁ ବୋଲି ଅଭିଯୁକ୍ତମାନଙ୍କୁ ମନା କରିଥିଲେ। ଅଭିଯୁକ୍ତମାନେ କଥା ଶୁଣିବା ପରିବର୍ତ୍ତେ ଦିନ ୧୦ଟାରେ ବୃଦ୍ଧାଙ୍କ ଘରେ ପଶି ତାଙ୍କ ମାଡ଼ ମାରିବା ଆରମ୍ଭ କରିଥିଲେ। ଏହା ଦେଖି ପରିବାରର ୨ଜଣ ମହିଳା ଏବଂ ୩ଜଣ ପିଲା ବୃଦ୍ଧାଙ୍କୁ ବଞ୍ଚାଇବା ପାଇଁ ଆଗକୁ ଆସିଥିଲେ ମଧ୍ୟ ଅଭିଯୁକ୍ତମାନେ ତାଙ୍କୁ ମଧ୍ୟ ମାଡ଼ ମାରିଥିଲେ। ଏହି ଘଟଣା ପରେ ବୃଦ୍ଧାଙ୍କ ମୃତ୍ୟୁ ଘଟିଥିବା ସହ ଅନ୍ୟ ୫ଜଣ ଗୁୁରୁତର ଆହତ ହୋଇଛନ୍ତି।

Woman, 60, Beaten To Death In UP For Opposing Holi Celebration: Police
ndtv

ଏକଦିଲ ପୁଲିସ ଷ୍ଟେସନ ଅଞ୍ଚଳରୁ ଆସିଥିବା ଅନ୍ୟ ଏକ ଘଟଣାରେ ମଦ୍ୟପାନ କରିଥିବା ଜଣେ ଯୁବକ ଦ୍ରୁତ ଗତିରେ ଟ୍ରାକ୍ଟର ଚଳାଇବା ସହ ୬ଜଣଙ୍କୁ ଧକ୍କା ଦେଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର