ସ୍ତ୍ରୀକୁ ଅପହରଣ କରାଯାଇ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ କଲେ ଯୁବକ, ମାଡ଼ ମାରି ଦୁଇ ଆଙ୍ଗୁଠି ଭାଙ୍ଗିଦେଲା ପୁଲିସ

ମଣିପୁରୀ: ଉତ୍ତରପ୍ରଦେଶରେ ଥିବା ବିଛଓ୍ଵନ ପୁଲିସ ଷ୍ଟେସନରେ ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ଘଟିଛି । ସ୍ତ୍ରୀ ସହ ଘଟିଥିବା ଅପରାଧର ଅଭିଯୋଗ ପୁଲିସ ଆଗରେ କରିଥିଲେ ସ୍ୱାମୀ । ଅଭିଯୋଗ ରଖି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ପୁଲିସକର୍ମୀମାନେ ଅଭିଯୋଗକାରୀଙ୍କ ସହ ଥାର୍ଡ ଡିଗ୍ରୀ ଟର୍ଚର କରି ତାଙ୍କର ଦୁଇ ଆଙ୍ଗୁଠି ଭାଙ୍ଗି ଦେଇଥିବା ସାମ୍ନାକୁ ଆସିଛି । ଅଭିଯୋଗକାରୀ ମିଛ ଅଭିଯୋଗ କରୁଥିବା କହି ପୁଲିସକର୍ମୀମାନେ ଏପରି କରିଥିବା ଜଣା ପଡ଼ିଛି ।

WeForNews

ପୀଡ଼ିତଙ୍କ ଅଭିଯୋଗ ଅନୁଯାୟୀ, ମୁଁ ଏବଂ ମୋ ସ୍ତ୍ରୀ ବାଇକ ଯୋଗେ ମଣିପୁରୀ ଆଡ଼କୁ ଯାଉଥିବା ବେଳେ ୩ଜଣ ଦୁର୍ବୃତ୍ତ ଆସି ଆମକୁ ଅଟକାଇବା ସହ ମୋତେ ଅଚେତ ହେବା ପର୍ଯ୍ୟନ୍ତ ମାଡ଼ ମାରିଥିଲେ । ଏହା ପରେ ମୋ ପତ୍ନୀଙ୍କୁ ୩ଜଣ ଅପହରଣ କରି ନେଇ ଦୁଷ୍କର୍ମ କରିବା ସହ ରାସ୍ତା କଡ଼ରେ ଫିଙ୍ଗି ଦେଇଥିଲେ । ଚେତା ଫେରିବା ପରେ ମୁଁ ୧୦୦ନମ୍ବର ଡାଏଲ କରି ପୁଲିସକୁ ସବୁ ଜଣାଇଥିଲି । କିନ୍ତୁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୁଁ ମିଛ କହୁଛି ବୋଲି କହି ଗାଳି ଦେବା ଆରମ୍ଭ କରି ଦେଇଥିଲା । ମୁଁ ମୋ ପତ୍ନୀକୁ ମାରି ପୁଲିସକୁ ମିଛ କହୁଛି ବୋଲି ପୁଲିସକର୍ମୀମାନେ ମୋ ଉପରେ ମିଥ୍ୟା ଆରୋପ ଲଗାଇଥିଲେ । ଏହା ପରେ ମୋତେ ପୁଲିସ ଷ୍ଟେସନ ନେଇ ମାଡ଼ ମାରିବା ଆରମ୍ଭ କରି ଦେଇଥିଲେ । ଯାହାଦ୍ୱାରା ମୋର ଦୁଇଟି ଆଙ୍ଗୁଠି ଭାଙ୍ଗି ଯାଇଛି । କିଛି ସମୟ ପରେ ମୋ ପତ୍ନୀ ପୁଲିସ ଷ୍ଟେସନରେ ପହଞ୍ଚି ପୂରା ଘଟଣା ଜଣାଇବା ପରେ ପୁଲିସ ମାମଲା ରୁଜୁ କରିଥିଲା କିନ୍ତୁ ଏ ପର୍ଯ୍ୟନ୍ତ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇ ନାହିଁ ।

ସମ୍ବନ୍ଧିତ ଖବର