ବୟଫ୍ରେଣ୍ଡ୍‌କୁ ମାରି ତା’ ମାଂସରେ ବିରିୟାନି ରାନ୍ଧି ନିର୍ମାଣ ଶ୍ରମିକଙ୍କୁ ଖୋଇଲେ ଯୁବତୀ

ଅଲ୍‌ ଆଇନ୍‌: ମୋରୋକୋର ଜଣେ ମହିଳା ନିଜ ପୂର୍ବ ବୟଫ୍ରେଣ୍ଡ୍‌ଙ୍କୁ ହତ୍ୟା କରି ତାଙ୍କ ମାଂସରେ ଚାଉଳ ମିଶାଇ ପାରମ୍ପରିକ ମାଚୁବ୍‌ସ୍‌ ବିରିୟାନି ରାନ୍ଧିବା ପରେ ଆରବୀୟ ଦେଶରେ ନିର୍ମାଣ ଶ୍ରମିକମାନଙ୍କୁ ଖୋଇଥିବା ଭଳି ଅଦ୍ଭୁତ ଘଟନା ପଦାକୁ ଆସିଛି।

ବୟଫ୍ରେଣ୍ଡ୍‌କୁ ହତ୍ୟା କରି ଶବକୁ ଟୁକୁରା ଟୁକୁରା କରିଥିବା କଥା ୩୦ ବର୍ଷୀୟ ଅଭିଯୁକ୍ତାଏଆଇ ଆଇନ୍‌ ପ୍ରୋଜେକ୍ୟୁଟ୍‌ର୍‌ଙ୍କ ଆଗରେ ସ୍ୱୀକାର କରିଛନ୍ତି ବୋଲି ଆବୁ ଧାବିରୁ ପ୍ରକାଶିତ ଖଲିଜ୍‌ ଟାଇମ୍‌ସ୍‌ ରିପୋର୍ଟ କରିଛି।

ଆରବୀୟ ଖବରକାଗଜର ରିପୋର୍ଟ ଅନୁସାରେ, ପ୍ରୋଜେକ୍ୟୁଟର୍‌ଙ୍କ ଆଗରେ ଅଭିଯୁକ୍ତା ସ୍ୱୀକାର କରିଛନ୍ତି ଯେ ୨୦ ରୁ ୩୦ ବର୍ଷ ମଧ୍ୟରେ ଥିବା ସେ ବୟଫ୍ରେଣ୍ଡ୍‌ ତାଙ୍କୁ ପ୍ରତ୍ୟାଖାନ କରିବାର କାରଣରୁ ପ୍ରତିଶୋଧ ନେବା ଲାଗି ସେ ତାଙ୍କୁ ହତ୍ୟା କରିଛନ୍ତି। ସାତ ବର୍ଷ ଧରି ଉଭୟଙ୍କ ମଧ୍ୟରେ ସ୍ନେହ ସମ୍ପର୍କ ରହିବା ପରେ ବୟଫ୍ରେଣ୍ଡ୍‌ ତାଙ୍କୁ ଛାଡ଼ି ମୋରୋକୋର ଅନ୍ୟ ଜଣେ ମହିଳାଙ୍କୁ ବାହା ହେବା ଲାଗି ଯୋଜନା କରିଥିବା କଥା କହିଥିଲେ।

ହତ୍ୟାକାଣ୍ଡ ମାସେ ତଳେ ଘଟିଥିଲେ ବି ନିକଟରେ ଜଣାପଡ଼ିଛି। ମୃତ ବୟଫ୍ରେଣ୍ଡ୍‌ଙ୍କ ଭାଇ ତାଙ୍କୁ ଖୋଜି ଖୋଜି ମହିଳାଙ୍କ ଘରେ ପହଞ୍ଚିବା ପରେ କଥା ବାହାରିଥିଲା। ମହିଳାଙ୍କୁ ସେ ଏ ସମ୍ପର୍କରେ ପଚାରିବାରୁ ସେ କୌଣସି ସୂଚନା ଦେବାକୁ ମନା କରିଥିଲେ। ସେ କହିଥିଲେ କି ତାଙ୍କର ଅନ୍ୟଜଣେ ମହିଳାଙ୍କ ସହ ଭାବ ହେବାରୁ ସେମାନଙ୍କ ମଧ୍ୟରେ ସମ୍ପର୍କ ତୁଟି ଯାଇଥିଲା।

ବ୍ଲେଣ୍ଡର୍‌ ଭିତରେ ମୃତ ବୟଫ୍ରେଣ୍ଡ୍‌ଙ୍କ ଭାଇ ଦେଖିଥିବା ମଣିଷ ଦାନ୍ତ ହିଁ ମହିଳାଙ୍କ ଗିରଫଦାରି ଏବଂ ହତ୍ୟାକାଣ୍ଡ କଥା ଉନ୍ମୋଚନ କରିଥିଲା।

ସେ ମାନିଥିଲେ କି, ବୟଫ୍ରେଣ୍ଡ୍‌କୁ ହତ୍ୟା କରିବା ପରେ ତାଙ୍କ ଶବରୁ କିଛି ମାଂସରେ ବିରିୟାନି ରାନ୍ଧି ପାକିସ୍ତାନୀ ନିର୍ମାଣ ଶ୍ରମିକଙ୍କୁ ଖୋଇବା ପରେ ବାକିତକ କୁକୁରମାନେ ଖାଇବାକୁ କିଛି ଦୂରରେ ପକାଇ ଦେଇଥିଲେ।

ସମ୍ବନ୍ଧିତ ଖବର