ରାଗରେ ନିଆଁବାଣ ହୋଇ ପଡ଼ିଶା ଘର ଝିଅର ହାତକୁ ଗରମ ତେଲରେ ବୁଡ଼ାଇଲେ ପତ୍ନୀ, ସ୍ୱାମୀଙ୍କ ସହ ପୀଡ଼ିତା ଯୁବତୀର ସଂପର୍କ ଥିଲା କି?
ରାଜକୋଟ: କ୍ରୁରତାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି। ପଡ଼ିଶାର ଜଣେ ବିବାହିତ ବ୍ୟକ୍ତିଙ୍କ ସହ ଅନୈତିକ ସଂପର୍କ ରଖିଥିବା ସନ୍ଦେହ କରି ଜଣେ ଯୁବତୀଙ୍କ ହାତକୁ ବଳପୂର୍ବକ ଗରମ ତେଲରେ ପୂରାଇ ଦିଆଯାଇଛି। ଯୁବତୀ ଜଣକ ଏବେ ଗୁରୁତର ଅବସ୍ଥାରେ ରାଜକୋଟର ସିଭିଲ୍ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଉଲ୍ଲେଖଯୋଗ୍ୟ, ରାଜକୋଟର ଭଗବତୀପଡ଼ାରେ ସ୍ୱାମୀ ରାହୁଲ୍ ପର୍ମାରଙ୍କ ସହ ଅଭିଯୁକ୍ତା ସୁମନ ରହନ୍ତି। ସେ ସନ୍ଦେହ କରିବାକୁ ଲାଗିଲେ ଯେ ତାଙ୍କ ସ୍ୱାମୀ ରାହୁଲଙ୍କର ଜଣେ ପଡ଼ିଶା ଘର ଝିଅ ସହ ପରକିୟାପ୍ରୀତି ରହିଛି। ମାତ୍ର ଯୁବତୀଙ୍କର କହିବା କଥା କି ରାହୁଲ ତାଙ୍କ ସହ ଅସଦାଚରଣ କରୁଥିଲେ।
ଯାହାବି ହେଉ, ଗୁରୁବାର ଦିନ କ୍ରେଧୀତା ପତ୍ନୀ କିଛି ଗରମ ତେଲ ଧରି ଉଭୟ ତାଙ୍କ ସ୍ୱାମୀ ଏବଂ ଉକ୍ତ ଯୁବତୀଙ୍କୁ ସାମ୍ନା କଲେ। ସେମାନେ ନିର୍ଦୋଷ ବୋଲି ପ୍ରମାଣ ଦେବାକୁ ସେହି ତେଲରେ ହାତ ବୁଡ଼ାଇବାକୁ ସୁମନ ସେ ଦୁହିଁଙ୍କୁ କହିଲେ। ଯେତେବେଳେ ପୀଡ଼ିତା ତେଲରେ ହାତ ବୁଡ଼ାଇବାକୁ ମନା କଲେ ସୁନମ ଆହୁରି ରାଗିଗଲେ। ସେ ରାଗିଯାଇ ଜୋର୍ କରି ପୀଡ଼ିତାଙ୍କ ହାତକୁ ଗରମ ତେଲରେ ବୁଡ଼ାଇ ଦେଲେ। ସେ ତାଙ୍କ ସ୍ୱାମୀଙ୍କ ହାତକୁ ବି ବୁଡ଼ାଇବାକୁ ଉଦ୍ୟମ କରିଥିଲେ। ସୁମନଙ୍କ ଏପରି ଆଚଣରେ ରାହୁଲ ମଧ୍ୟ ସାମାନ୍ୟ ଆଘାତ ପାଇଛନ୍ତି।
ପରେ ପୀଡ଼ିତାଙ୍କୁ ତାଙ୍କର ବାପାମାଆ ନିକଟସ୍ଥ ହସ୍ପିଟାଲ୍କୁ ନେଇ ଯାଇଥିଲେ। ପୀଡ଼ିତାଙ୍କ ବାପା ସୁମନଙ୍କ ବିରୋଧରେ ଏକ ଅଭିଯୋଗ ଆଣିଛନ୍ତି।