ମହିଳାଙ୍କୁ ଅସଦାଚରଣ ଓ ଆକ୍ରମଣ କରି ଯୁବକ ଗିରଫ

ଛାତ୍ରଙ୍କୁ ଆକ୍ରମଣ ମାମଲା : ନିଶା ବେପାରୀ ଅଟକ

ଚନ୍ଦ୍ରଶେଖରପୁର : ଘରେ ପଶି ଜଣେ ମହିଳାଙ୍କୁ ଆକ୍ରମଣ କରିବା ସହ ଅସଦାଚରଣ କରିଥିବା ଅଭିଯୋଗରେ ଆଜି ଚନ୍ଦ୍ରଶେଖରପୁର ଥାନା ପୁଲିସ୍ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଯୁବକ ଜଣକ ହେଲା ପଟିଆ ଭୋଇ ସାହି ନିକଟରେ ରହୁଥିବା ରୋହିତ ନାୟକ (୪୫)। କ‌ୌଣସି କାରଣକୁ ନେଇ ସେ ସେହି ସାହି ନିକଟରେ ରହୁଥିବା ଜଣେ ମହିଳାଙ୍କ ଘରେ ପଶି ପ୍ରାଣାନ୍ତକ ଆକ୍ରମଣ କରିବା ସହ ଅସଦାଚରଣ କରିଥିଲା। ଏନେଇ ମହିଳାଙ୍କ ପରିବାର ଲୋକ ଥାନାରେ ଅଭିଯୋଗ କରିଥିଲେ।

ଛାତ୍ରଙ୍କୁ ଆକ୍ରମଣ ମାମଲା : ନିଶା ବେପାରୀ ଅଟକ
ଭୁବନେଶ୍ବର : ନୂଆପଲ୍ଲୀ ଅଞ୍ଚଳରେ ଜଣେ ଛାତ୍ରଙ୍କୁ ଗୋଡେଇ ଗୋଡେଇ ହାଣିବା ମାମଲାରେ ମୁଖ୍ୟ ଅଭିଯୁକ୍ତ (ଜଣେ ନିଶା ବେପାରୀ) ଅଟକ ଅଛି। ନୂଆପଲ୍ଲୀ ଥାନା ପୁଲିସ ତାକୁ ଅଟକ ରଖି ପଚରା ଉଚରା କରୁଛି। ତା’ ଠାରୁ ରାଜଧାନୀରେ ଚାଲିଥିବା ଏକ ବଡ଼ ନିଶା କାରବାର ରୢାକେଟ୍‌ର ସୂଚନା ମିଳିପାରେ ବୋଲି ଆଶଙ୍କା କରାଯାଉଛି। ଅନ୍ୟତମ ଫେରାର ଅଭିଯୁକ୍ତକୁ ଧରିବା ପାଇଁ ଆଜି ରାତିରେ ବିଭିନ୍ନ ଜାଗାରେ ପୁଲିସ ଚଢ଼ଉ ଜାରି ରଖିଛି। ଉଭୟ ଏହା ପୂର୍ବରୁ ହତ୍ୟାକାଣ୍ଡ ମାମଲାରେ ଗିରଫ ହୋଇଥିବା ଜଣାପଡିଛି।

ସାମାନ୍ୟ ବଚସାକୁ କେନ୍ଦ୍ର କରି ବୁଧବାର ଦୁଇ ନିଶା ବେପାରୀ ଗୁରୁବାର ବିଳମ୍ବିତ ରାତିରେ ଗୋଡେଇ ଗୋଡେଇ ପଟିଆର ଜଣେ ଛାତ୍ର ଅନନ୍ତ ମହାନ୍ତିଙ୍କୁ ଖଣ୍ଡା ଓ ଭୂଜାଲିରେ ହାଣି ପକାଇଥିଲେ। ରାସ୍ତା କଡ଼ରେ ବସି ଗାଳିଗୁଲଜ କରୁଥିବା ବେଳେ ଟ୍ୟୁସନ ଯାଉଥିବା ଅନନ୍ତ ‘କାହିଁକି ଗାଳିକରୁଚ’ ବୋଲି ପଚାରିଥିଲେ। ବାସ୍‌ ଏହା ପରେ ଉଭୟ ପାଖରେ ରଖିଥିବା ଖଣ୍ଡା ଓ ଭୁଜାଲିରେ ତାଙ୍କ ଶରୀରର ବିଭିନ୍ନ ଜାଗାକୁ ହାଣି ପକାଇଥିଲେ।

ସମ୍ବନ୍ଧିତ ଖବର