କନ୍ଧମାଳ ଜିଲ୍ଲାର ବିଧାୟକଙ୍କ ସହ ମନ୍ତ୍ରୀ ପ୍ରତାପ ଜେନାଙ୍କ ଆଲୋଚନା

ଫୁଲବାଣୀ : ମନ୍ତ୍ରୀ ତଥା କନ୍ଧମାଳ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ଥିବା ପ୍ରତାପ ଜେନାଙ୍କ ଭୁବନେଶ୍ବରସ୍ଥିତ ବାସଭବନରେ ଜିଲ୍ଲାର ୩ଟି ନିର୍ବାଚନମଣ୍ଡଳୀର ବିଧାୟକଙ୍କ ଏକ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହୋଇଛି। କନ୍ଧମାଳ ଜିଲ୍ଲା ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ଘୁ.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ଏବଂ ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁରଙ୍କ ଉପସ୍ଥିତିରେ ମନ୍ତ୍ରୀ ଶ୍ରୀ ଜେନା ଜିଲ୍ଲାର ସାଂଗଠନିକ ସ୍ଥିତିର ସମୀକ୍ଷା କରିଥିଲେ। କନ୍ଧମାଳ ଜିଲ୍ଲାର ୱାର୍ଡ଼ ଏବଂ ପଞ୍ଚାୟତରେ ବିଜୁ ଜନତା ଦଳର ସଂଗଠନକୁ ଅଧିକ ସୁଦୃଢ଼ କରିବା ନେଇ ବୈଠକରେ ଆଲୋଚନା ହୋଇଥିଲା। ଯୁବ, ଛାତ୍ର ଓ ମହିଳାମାନଙ୍କୁ କିଭଳି ଅଧିକ ସଂଖ୍ୟାରେ ଦଳରେ ସାମିଲ କରାଯିବ, ଗାଁର ପ୍ରତି ଲୋକଙ୍କ ନିକଟରେ ପହଞ୍ଚି ସେମାନଙ୍କ ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ସଚେତନ କରାଇବାକୁ ମନ୍ତ୍ରୀ ଶ୍ରୀ ଜେନା ବିଧାୟକମାନଙ୍କୁ ପରାମର୍ଶ ଦେଇଥିଲେ।

ସମ୍ବନ୍ଧିତ ଖବର