ବାରିପଦା ସମ୍ଵାଦ ‘ସାହିତ୍ୟଘର’ ପାଳିଲା ୮୬ତମ ଉତ୍କଳ ଦିବସ

ବାରିପଦା: ବାରିପଦା ସମ୍ଵାଦ ସାହିତ୍ୟଘର ପକ୍ଷରୁ ସ୍ଥାନୀୟ ବିଜୁ ପଟ୍ଟନାୟକ ଉଦ୍ୟାନ ପରିସରରେ ସଭାପତି ମନୋଜ ଦଳବେହେରାଙ୍କ ସଭାପତିତ୍ଵରେ ୮୬ତମ ଉତ୍କଳ ଦିବସ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ଓଡ଼ିଆଙ୍କ ଜାତୀୟ ସଂଗୀତ ବନ୍ଦେ ଉତ୍କଳ ଜନନୀ ଗାନ କରାଗଲା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା ।

ସଂପାଦକ ଦୀନବନ୍ଧୁ ଭଞ୍ଜ କାର୍ଯ୍ୟକ୍ରମର ଆଭିମୁଖ୍ୟ ସଂପର୍କରେ ଆଲୋକପାତ କରିଥିବା ବେଳେ ମୁଖ୍ୟ ଅତିଥି ପ୍ରାଧ୍ୟାପକ ସନ୍ଦୀପ ଚାନ୍ଦ ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଇତିବୃତ୍ତି ସଂପର୍କରେ ଆଲୋକପାତ କରିବା ସହିତ ଏବେ ବି ଓଡ଼ିଶା ବାହାରେ ରହିଯାଇଥିବା ଓଡ଼ିଆ ଭାଷା ଭାଷୀ ଅଞ୍ଚଳରେ ଭାଷା ଓ ସଂସ୍କୃତିକୁ ବଞ୍ଚାଇ ରଖିବାକୁ ଉଦ୍ୟମ ହେବା ଆବଶ୍ୟକ ବୋଲି ମତ ଦେଇଥିଲେ ।

ସାହିତ୍ୟଘରର କୋଷାଧ୍ୟକ୍ଷ ଶଶିଧର ବିଶ୍ଵାଳ ତଥା ଯୁବ କବି ସ୍ନେହାଶିଷ ମହାନ୍ତିଙ୍କ ମିଳିତ ସହଯୋଗରେ ଏକ ମନୋଜ୍ଞ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । ଏଥିରେ ବୀଣାପାଣି ପଣ୍ଡା, ଶଙ୍କର ଜେନା, ଭଗବତୀ ଦାଶ, ବାସନ୍ତୀଲତା ମହାପାତ୍ର, ଆନନ୍ଦ ଚନ୍ଦ୍ର ପୃଷ୍ଟି, ଅଜମ୍ଵର ପୃଷ୍ଟି, ସତୀଶ ଚନ୍ଦ୍ର ବେହେରା, ନିରୁପମା ମହାନ୍ତ, ଅଚ୍ୟୁତ ପ୍ରସାଦ ମହାପାତ୍ର, ଅଭିଷେକ ବେହେରା, ଭାଗବତ ପଣ୍ଡା, ବିଭୂତି ପ୍ରସାଦ ଦାସ, ଧନେଶ୍ୱର ପଣ୍ଡା, ସ୍ନେହଲତା ବେହେରା, ଗୀତାରାଣୀ ସାହୁ, ସଞ୍ଜୀବ ପାଣିଗ୍ରାହୀ ପ୍ରମୁଖ ସ୍ଵରଚିତ କବିତା ପାଠ କରିଥିଲେ । ପରିଶେଷରେ ବରିଷ୍ଠ ସଦସ୍ୟ କୈବଲ୍ୟ ପସାଦ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

ସମ୍ବନ୍ଧିତ ଖବର