କରୋନା ଓ ଫୁଡ ପଏଜନ ହେତୁ ୧୦ଜଣ ମାଓବାଦୀଙ୍କର ମୃତ୍ୟୁ!

ମାଲକାନଗିରି: କରୋନା ଓ ଫୁଡ ପଏଜନ ହେତୁ ୧୦ଜଣ ମାଓବାଦୀଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହି ସୂଚନା ପରେ ଲାଲଗଡରେ ବି କରୋନା କାୟା ମେଲାଇଥିବା ଜଣାପଡ଼ିଛି।

୧୦ଜଣ ମାଓବାଦୀ ପ୍ରାଣ ହରାଇଥିବା ବେଳେ ଶତାଧିକ ମାଓବାଦୀ କରୋନାରେ ଆକ୍ରାନ୍ତ ଥିବା ଖବର ମିଳୁଥିବା ଦାନ୍ତେୱାଡା ଏସପି ଅଭିଷେକ ପଲ୍ଲବ ଏନେଇ ସୂଚନା ଦେଇଛନ୍ତି । ଦକ୍ଷିଣ ବସ୍ତର ଜଙ୍ଗଲରେ ଏବେ କରୋନା ପାଇଁ ଭୟାବହ ପରିସ୍ଥିତି ସୃଷ୍ଟି ହୋଇଛି । ସିଆରସି ସମେତ ବହୁ ଛୋଟ ବଡ କ୍ୟାଡର କରୋନା ଆକ୍ରାନ୍ତ ଥିବା ସୂଚନା ମିଳିଛି ।

ଆଉ ଏଭଳି ସ୍ଥିତିରେ ମାଓବାଦୀମାନଙ୍କୁ ଆତ୍ମସର୍ମପଣ କରି ଚିକିତ୍ସା ସୁବିଧା ନେବାକୁ ଏସପି ଆହ୍ୱାନ ଦେଇଛନ୍ତି ।
ଗତ କିଛି ଦିନ ପୂର୍ବେ ମାଓବାଦୀଙ୍କ କ୍ୟାମ୍ପରେ ମହାମାରୀ ପ୍ରବେଶ କରିଥିବା ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ଏପରିକି କିଛି ମାଓବାଦୀ କରୋନା ଆକ୍ରାନ୍ତ ହୋଇଥିବା ନେଇ ଖବର ବି ସାମ୍ନାକୁ ଆସିଥିଲା ।

ସମ୍ବନ୍ଧିତ ଖବର